ଶ୍ରୀ ଗୁପ୍ତେଶ୍ୱର ପୀଠକୁ କାଠ ପୋଲ ନିର୍ମାଣ କଲେ ଭକ୍ତ

0 1,272

hiring

ବୌଦ୍ଧ,୭/୧୧ – ବଉଦ ବ୍ଲକ୍ ଶଗଡା ଗ୍ରାମ୍ ପଂଚାୟତ ଖଣ୍ଡି କନପା ଗ୍ରାମ ନିକଟରେ ବାଘନଦୀର ଅପର ପାର୍ଶ୍ବରେ ମୁକ୍ତାକାଶରେ ଥିବା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ପୀଠକୁ ଯାତାୟାତର ସୁବିଧା ପାଇଁ ଭକ୍ତ ମାନେ ଗୋଟିଏ କାଠ ପୋଲ ନିର୍ମାଣ କରିଛନ୍ତି | ପ୍ରତିବର୍ଷ ଅକ୍ଟୋବର ମାସ ଠାରୁ ମାର୍ଚ୍ଚ ମାସ ଯାଏଁ ଖଣ୍ଡି କନପା କୁ ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟି ଥାଏ | ଏ ଅଂଚଳର ପ୍ରାକ୍ରୁତିକ ପରିବେଶ ଓ ଚିରସ୍ରୋତା ବାଘନଦୀର କୁଳୁ କୁଳୁ ନାଦ ସମସ୍ତଙ୍କୁ ବିମୋହିତ କରିଥାଏ | ଅଂଚଳବାସୀଙ୍କ ସହଯୋଗ ଓ ଶ୍ରମଦାନରେ କାଠ ପୋଲ ନିର୍ମିତ ହେବା ପରେ ବର୍ତ୍ତମାନ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ପୀଠକୁ ଯାତାୟାତ ସୁଗମ ହୋଇ ପାରିଛି l କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ଓ ପୁର୍ଣ୍ଣିମା ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଥାଏ l

hiranchal ad1
Leave A Reply

Your email address will not be published.

one × 1 =