ଦାରିଙ୍ଗବାଡ଼ି,୮/୧୧: ବ୍ରାହ୍ମଣୀଗାଁ ପଂଚାୟତ ଅନ୍ତର୍ଗତ ସୁନ୍ଦରପଙ୍କା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନକରିବାକୁ ସୁନ୍ଦରପଙ୍କା ବିଦ୍ୟାଳୟର ଏସଏମସି କମିଟି ଓ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ଦାରିଙ୍ଗବାଡ଼ି ଗୋଷ୍ଟି ଶିକ୍ଷାଧିକାରୀ ବ୍ରହ୍ମାନନ୍ଦ ରାଉତ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍କୁଲ ଉଠିଯିବା ଦ୍ୱାରା ଗାଁରେ ରହିଥିବା ପିଲା ମାନେ ପାଠପଢ଼ାରେ ବହୁ ଅସୁବିଧା ହେବା ସହ ନିକଟ ସ୍କୁଲକୁ ଯିବାକୁ ବହୁ ଅସୁବିଧା ହେବ । ଯଦି ସୁନ୍ଦରପଙ୍କା ସ୍କୁଲ ବନ୍ଦ ହୋଇଯାଏ ତାହାହେଲେ ନିକଟ ବିଦ୍ୟାଳୟ ଭାବେ ମେରମାହା ବିଦ୍ୟାଳୟ କୁ ଯିବାକୁ ପଡ଼ିବ । ଯାହାକି ଗାଁ ଠାରୁ ୬ କିଲୋମିଟର ରାସ୍ତା । ୬ କିଲୋମିଟର ରାସ୍ତା ହୋଇଥିବା ବେଳେ ରାସ୍ତା ମଧ୍ୟରେ ଜଙ୍ଗଲ ଓ ନଦୀ ପାର ହୋଇ ଯିବାକୁ ପଡ଼ିବ । ଯାହାକି ପିଲାଙ୍କ ପାଇଁ ଅସମ୍ଭବ ହେବ । ଏଣୁ ସୁନ୍ଦରପଙ୍କା ବିଦ୍ୟାଳୟ କୁ ନଉଠାଇବାକୁ କମିଟି ସଭାପତି ସରୋଜ କାର୍ଜି ମାଝୀ,ବ୍ରାହ୍ମଣୀଗାଁ ର ପୂର୍ବତନ ସରପଂଚ ନିଲମତି ମଳିକ ସମେତ ଗ୍ରାମବାସୀ ଦାବି କରିଛନ୍ତି ।