ବାଲିଗୁଡ଼ା,୧୦/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଅପରେସନ୍ । ଦେଢ଼ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବାଲିଗୁଡ଼ା ଥାନା ବାଦେକେତା ନିକଟ ଜଙ୍ଗଲର ୧୫୫ଏକର ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ୧୫୫ ଏକର ଜମିରୁ ଏକ ଲକ୍ଷ ୫୫ ହଜାର ଗଞ୍ଜେଇ ଗଛ କାଟିବା ସହ ପୋଡ଼ି ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ଏକ କୋଟି ୫୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଅଞ୍ଚଳରେ ବେଆଇନ୍ ଗଞ୍ଜେଇ ଚାଷ ବୃଦ୍ଧି ପାଇବା ସହ ଗଞ୍ଜେଇ ଚୋରାଚାଲାଣ ମଧ୍ୟ ବଢ଼ିବାରେ ଲାଗିଛି । ଗଞ୍ଜେଇ ଚୋରାଚାଲାଣ ବେଳେ ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏବେ ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ପୋଲିସ ଓ ଅବକାରୀ ବିଭାଗ । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ।
Sign in
Sign in
Recover your password.
A password will be e-mailed to you.
Next Post