ଜୀବନଜ୍ୟୋତି ବୀମାକରି ଷ୍ଟେଟ ବ୍ୟାଙ୍କରୁ ମହିଳା ପାଇଲେ ଦୁଇ ଲକ୍ଷ ଟଙ୍କା

0 2,302

ବୌଦ୍ଧ,୧୦/୧୧- ଆଜି ବୌଦ୍ଧଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ବୁଟୁପାଲି ଶାଖାରେ ଏକ ସାଧାରଣ ସଭାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଟୁଟୁସିଙ୍ଗା ନିବାସୀ ସବିତା ସାହୁଙ୍କୁ ଦୁଇ ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଶ୍ରୀମତୀ ସାହୁଙ୍କର ସ୍ୱାମୀ ସ୍ୱର୍ଗତ ଗୋପବନ୍ଧୁ ସାହୁ ବିଗତ ବର୍ଷ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ବୁଟୁପାଲି ଶାଖାରେ ୩୩୦ ଟଙ୍କା ବାର୍ଷିକ ପ୍ରିମୀୟମ ଜମାକାରୀ ବୀମାଭୁକ୍ତ ହୋଇଥଲେ । ତାଙ୍କର ଅକାଳ ବିୟୋଗରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁଟୁପାଲି ଶାଖା ତରଫରୁ ତାଙ୍କର ବିଧବା ପତ୍ନୀଙ୍କୁ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଗଲା । ଏହି ଉତ୍ସବରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ବିକ୍ରମ କେଶରୀ ମାନ୍ଧତା ଉପସ୍ଥିତ ରହି ପିଏମଏସୱାଇ, ପିଏମଜେଜେବିୱାଇ, ଏପିୱାଇ ଆଦି ବିଭିନ୍ନ ସମାଜିକ ବୀମାର ଉପକାରିତା ବିଷୟରେ କହିଥିଲେ । ତା ସହିତ ବୁଟୁପାଲି ଶାଖାର ମୂଖ୍ୟ ପ୍ରବନ୍ଧକ ସଞ୍ଜୟ କୁମାର ସାହୁ ସମସ୍ତ ଜନସାଧାରଣ ଏଭଳି ଯୋଜନାର ଫାଇଦା ନେବାକୁ ଅନୁରୋଧ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ ଉପସ୍ଥିତ ରହି ଏହି ବୀମାର ଉପକାରିତା ବିଷୟରେ ସଂକ୍ଷିପ୍ତ ଧାରଣା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × three =