ରାଜ୍ୟରେ ପୁଣି ୧୨୨୦ କରୋନା ପଜିଟିଭ ଚିହ୍ନଟ

0 112

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୨୦କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୫୦୦୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦୩ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୧୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଅନୁଗୁଳ ଜିଲ୍ଲାରୁ ୫୮ଜଣ, ବାଲେଶ୍ୱର ଜିଲ୍ଲାରୁ ୨୧ଜଣ, ବରଗଡ଼ ଜିଲ୍ଲାରୁ ୬୦ଜଣ, ଭଦ୍ରକ ଜିଲ୍ଲାରୁ ୨୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୩ଜଣ, ବୌଦ୍ଧ ଜିଲ୍ଲାରୁ ୫ଜଣ, କଟକ ଜିଲ୍ଲାରୁ ୯୬ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୬ଜଣ, ଗଜପତି ଜିଲ୍ଲାରୁ ୫ଜଣ, ଜଗତସିଂହପୁର ଜିଲ୍ଲାରୁ ୫୯ ଜଣ, ଯାଜପୁର ଜିଲ୍ଲାରୁ ୨୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୨ଜଣ, କଳାହାଣ୍ଡି ଜିଲ୍ଲାରୁ ୫୯ଜଣ, କନ୍ଧମାଳ ଜିଲ୍ଲାରୁ ୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୮ଜଣ, କେନ୍ଦୁଝର ଜିଲ୍ଲାରୁ ୪୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୩୪ଜଣ, କୋରାପୁଟ ଜିଲ୍ଲାରୁ ୨୧ଜଣ, ମାଲକାନଗିରି ଜିଲ୍ଲାରୁ ୧୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୪ଜଣ, ନୟାଗଡ଼ ଜିଲ୍ଲାରୁ ୨୦ଜଣ, ନୂଆପଡ଼ା ଜିଲ୍ଲାରୁ ୬୬ଜଣ, ପୁରୀ ଜିଲ୍ଲାରୁ ୬୦ଜଣ, ରାୟଗଡ଼ା ଜିଲ୍ଲାରୁ ୫ଜଣ, ସମ୍ବଲପୁର ଜିଲ୍ଲାରୁ ୪୦ଜଣ, ସୋନପୁର ଜିଲ୍ଲାରୁ ୧୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୯ଜଣ, ଷ୍ଟେଟ ପୁଲ୍‌ରୁ ୨୧ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୦୫୦୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୩୪୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୯୧୧୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୫୦୭୭୧୧୯ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

hiranchal ad1
Leave A Reply

Your email address will not be published.

14 + 4 =