ଜନଗହଳିପୂର୍ଣ୍ଣ ସୋନପୁର ବସଷ୍ଟାଣ୍ଡରୁ ୨ ଲକ୍ଷ ଟଙ୍କା ଲୁଟ୍‌

0 514

ସୋନପୁର,୧୭/୧୧ : ସହରର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ଅଞ୍ଚଳରୁ ଗତକାଲି ଅପରାହ୍ନରେ ୨ ଲକ୍ଷ୧୦ ହଜାର ଟଙ୍କା ଲୁଟ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ ଗତକାଲି ଅପରାହ୍ନରେ ମାଲିକ ଦେଇଥିବା ୨ଲକ୍ଷ ଦଶହଜାର ଟଙ୍କା ବ୍ୟାଙ୍କରେ ଜମାକରିବାପାଇଁ ଦୁଇ ଜଣ କର୍ମଚାରୀ ବାଇକ୍‌ରେ ଯାଉଥିବା ସମୟରେ ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରେ ହିଁ ଏକ କଳାରଙ୍ଗର ପଲସର୍‌ ବାଇକରେ ଦୁଇଜଣ ଅଜଣା ଯୁବକ ହଠାତ ବାଇକ ପଛରେ ବସିଥିବା ଶଙ୍କରଙ୍କଠାରୁ ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଛଡାଇନେଇ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଦୋକାନ ମାଲିକ ପୋଲିସରେ ଲିଖିତ ଜଣାଇବାପରେ ପୋଲିସ ଏକ ମାମଲା ରୁଜୁକରି ବିଭିନ୍ନ ସ୍ଥାନରେ ଅନୁସନ୍ଧାନ କରିବାସହ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଘଟିଥିବା ଏପରି ଛିନତାଇ ମାମଲାରେ ସହରବାସୀ ଭୟଭୀତ ହୋଇଯାଇଥିବାବେଳେ ପୋଲିସ ପେଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − 2 =