ବିଶେଷଜ୍ଞ ନଥିଲେ ଭେଣ୍ଟିଲେଟର ବ୍ୟବହାର ହେବ କିପରି ?

0 108

ସମ୍ବଲପୁର : ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଜିଲ୍ଲା କୋଭିଡ ହସ୍ପିଟାଲ ପରିବର୍ତ୍ତେ ପୁନଃ ସାମାନ୍ୟ ଚିକିତ୍ସା ପାଇଁ କାର୍ଯ୍ୟକ୍ଷମ କରିବା ନିସନ୍ଦେହ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସେଠାରେ ପୂର୍ବ ବ୍ୟବହୃତ ଭେଣ୍ଟିଲେଟର ସବୁ ରହିଯାଇଛି, ଯାହାକି ବର୍ତ୍ତମାନ ପୁନର୍ବାର ଲୋକଙ୍କ ସେବାରେ ଆସିପାରିବ । ଏବିଷୟରେ କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ପକ୍ଷ ଉଠାଇ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସ୍ୱାଧୀନ ବିଚାର’ ପକ୍ଷରୁ କୁହାଯାଇଛି ଯେ ଏସବୁର ସୁପରିଚାଳନା ପାଇଁ ଯଦି ବିଶେଷଜ୍ଞ ରଖା ନ ଯାଏ, ତାହେଲେ ଏହା କିପରି ବ୍ୟବହୃତ ହେବ । ଏହି ବିନ୍ଦୁକୁ ନେଇ ଅନୁଷ୍ଠାନ ପକ୍ଷରୁ ପ୍ରଶାସନକୁ ଏକ ସ୍ମାରକପତ୍ର ଦିଆଯାଇଛି । ଏହାକୁ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ସହିତ କେହି ଜଣେ ମଧ୍ୟ ଉଚ୍ଚାଧିକାରୀ ଉପଲବ୍ଧ ନ ଥିବାରୁ ବାଧ୍ୟ ହୋଇ ସେଠାକାର ଜଣେ ଦପ୍ତରୀଙ୍କୁ ଏହା ଦିଆଯାଇଛି । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଏଥି ପାଇଁ ଉପଯୁକ୍ତ ଡାକ୍ତର ଓ ସହଯୋଗୀଙ୍କ ନିଯୁକ୍ତି ଦାବି ସହିତ ଏହି ସ୍ମାରକପତ୍ର ଦିଆଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

20 − fifteen =