୧୫ ଦିନରେ ବାଲିଗୁଡ଼ା ଥାନା ଅଞ୍ଚଳରୁ ୫୯୫ ଏକର ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ

0 127

ବାଲିଗୁଡ଼ା,୧୯/୧୧: ଜୋର୍‌ ଧରିଲା ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ପୁଣି ମିଳିତ ଚଢ଼ାଉ କରାଯାଇ ୧କୋଟି ୭୫ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର ତିଲପଙ୍ଗା,ନିଲିପଡ଼ା ଓ ତେମାଙ୍ଗି ଅଞ୍ଚଳର ସରକାରୀ ଜଙ୍ଗଲରେ ୧୭୫ ଏକର ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ସଶସ୍ତ୍ର ପୋଲିସ୍‌ ଫୋର୍ସ ସମେତ ଅବକାରୀ କର୍ମଚାରୀ, ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍‌,ଓଚଝ ଅଭିନବ୍‌ ସୋନକାର୍‌, ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ ଟିମ୍‌ ସହ ସରକାରୀ ଜମିରେ ବେଆଇନ୍‌ ଭାବେ ଗଞ୍ଜେଇ ଚାଷ ହୋଇଥିବା ଅଞ୍ଚଳରେ ପହଁଚିଥିଲେ । ୧୭୫ ଏକର ଜମିରେ ହୋଇଥିବା ୧ଲକ୍ଷ ୭୫ ହଜାର ଗଞ୍ଜେଇ ଗଛକୁ କାଟିବା ସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି । କନ୍ଧମାଳ ଏସପି ଓ ଅବକାରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ଭାବେ ଚାଲିଛି ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । ଗତ ୩ ତାରିଖ ଠାରୁ ବାଲିଗୁଡ଼ା ଥାନା ଅଞ୍ଚଳରେ ଏହି ଅଭିଯାନ ଆରମ୍ଭ ହୋଇଥିବାବେଳେ ୧୫ଦିନ ମଧ୍ୟରେ ବାଲିଗୁଡ଼ା ଥାନା ଅଞ୍ଚଳରୁ ୫୯୫ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ କରାଗଲାଣି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି (୬) କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

eleven − eight =