ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0 455

ବୌଦ୍ଧ,୨୧/୧୧-ବୌଦ୍ଧଜିଲ୍ଲା ଶଗଡା ପଂଚାୟତର ରୁଗୁଡାପଡା ଗ୍ରାମର ଶୀତଳ ସୁନା(୧୭) ଆଜକୁ ୧୦ ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ଖଟିଆରେ ପଡିରହିଛନ୍ତି ।ଖାଲି ସେତିକି ନୁହେଁ ତାଙ୍କର ବାପା ଜୀବର୍ଧନ ସୁନା ମଧ୍ୟ କିଛି ଦିନ ହେବ ଦୁର୍ଘଟଣା ରେ ତାଙ୍କର ଗୋଡ଼ ଆଘାତ ଲାଗିଥିଲା ଏବେ ସେ ଚାଲିବା ପାଇଁ ସକ୍ଷମ ହେଇ ପାରୁ ନାହାନ୍ତି ।ପରିବାର ଚଳାଇବା ପାଇଁ ଶୀତଳର ମା ପରର ମୂଳ ଲାଗି ଯାହା ମିଳେ ସେଥିରୁ ଔଷଧ ଖର୍ଚ୍ଚ ଓ ପରିବାର ଚଳେ । ଶୀତଲକୁ ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ବୁର୍ଲା ନେଇ ଖର୍ଚ୍ଚାନ୍ତ ହେବା ପରେ ମଧ୍ୟ ଭଲ ନ ହେବା ଫଳରେ ସେ ଏବେ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି । ମାଁ ଯେତିକି ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି ।ଯଦି ସରକାର କିମ୍ବା କେହି ସହଯୋଗ ର ହାତ ବଢାଇଲେ ସେ ପୂର୍ବପରି ଚଲାବୁଲା ସହିତ ପାଠ ପଢି ପାରନ୍ତା ବୋଲି ତାଙ୍କ ପରିବାର ଲୋକେ କହୁଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 1 =