ରାସ୍ତା ଉପରେ ନିର୍ମାଣ ସାମଗ୍ରୀ, ଯାତାୟାତରେ ଅସୁବିଧା

0 1,165

ବୌଦ୍ଧ,୨୨/୧୧ – ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ଠାରୁ ଆରମ୍ଭକରି ଗଳି କନ୍ଦି ରାସ୍ତା ଯାଏଁ କୋଉଠି ନିସ୍ତାର ନାହିଁ । ସବୁଠି ଗଦା ହୋଇଛି କୁଢ କୁଢ ନିର୍ମାଣ ସାମଗ୍ରୀ ରଖା ଯାଉଥିବା ଏକ ସାଧାରଣ ଦୃଶ୍ୟରେ ପରିଣିତ ହୋଇଛି । ରାସ୍ତାରେ ସାଧାରଣ ଲୋକେ ଯାନବାହାନ ଯାତାୟାତ କରିବା କଷ୍ଟକର ହୋଇ ପଡୁଥିବା ଅଭିଯୋଗ ହୁଏ । ସେଥିପାଇଁ ଅନେକ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି । ରାସ୍ତା ଉପରୁ ନିର୍ମାଣ ସାମଗ୍ରୀ ହଟାଇବା ପାଇଁ ବୌଦ୍ଧ ଏନଏସି ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ । ଲୋକଙ୍କ ଯାତାୟାତରେ ଯେଭଳି କୌଣସି ଅସୁବିଧା ସୃଷ୍ଟି ନ ହୁଏ ସେଥିପାଇଁ ଆଇନ୍‌ ଅନୁଯାୟୀ ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

17 − seven =