ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗର ମିସନ୍‌ କ୍ଲିନ୍‌ ଗଞ୍ଜେଇ ପୁଣି ନଷ୍ଟ ହେଲା ୧୯କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇଗଛ

0 160

ବାଲିଗୁଡ଼ା,୨୫/୧୧: ଯୋର୍‌ ଧରିଲା ମିସନ୍‌ କ୍ଲିନ୍‌ ଗଞ୍ଜେଇ । ପୁଣି ନଷ୍ଟ ହେଲା ୧୯ କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ମାଦିନାଟ,ବାଲିସୁଗା ଓ ବୁଡ୍ରୁକିଆ ଅଞ୍ଚଳର ୧୯୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ । ୧୯୦ ଏକର ଜମିରୁ ୧ଲକ୍ଷ ୯୫ ହଜାର ଗଞ୍ଜେଇ ଗଛ କାଟିବାସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି । ଲଗାତାର ଭାବେ ବେଆଇନ୍‌ ଗଞ୍ଜେଇ ଚାଷ ଅଞ୍ଚଳରେ ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରିରହିଛି । ଏହି ଅପରେସନ୍‌ ଆଗକୁ ମଧ୍ୟ ଜାରି ରହିବ ଏବଂ ବାଲିଗୁଡ଼ା ଉପଖଣ୍ଡର ଯେଉଁସବୁ ଅଞ୍ଚଳରେ ବେଆଇନ୍‌ ଗଞ୍ଜେଇ ଚାଷ କରାଯାଇଛି ସେସବୁକୁ ସମୁଳେ ନଷ୍ଟ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍‌ । ଏହି ଅପରେସନରେ ଏସଡିପିଓଙ୍କ ସମେତ ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ କୁମାର ବେହେରା,ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ହଳଧର ନାୟକ, ଅବକାରୀ ସବ୍‌ ଇନ୍ସପେକ୍ଟର ନିରୁପମା ପ୍ରଧାନ ଓ ସଶସ୍ତ୍ର ପୋଲିସ୍‌ ଫୋର୍ସ ସାମିଲ୍‌ ଥିଲେ ।

hiranchal ad1
Leave A Reply

Your email address will not be published.

five × 5 =