ବନକର୍ମଚାରୀଙ୍କ ଦ୍ୱାରା ଧଳା ପେଚା ଉଦ୍ଧାର

0 272

ଫୁଲବାଣୀ,୧/୧୨: ଆଜି ଫୁଲବାଣୀ ସହରର ପିଅନପଡ଼ା ନିକଟସ୍ଥ ଗୁଡି ପିଟା ସାହିର ଏକ ଗଛର କୋରଡରେ ଏକ ଧଳା ରଙ୍ଗର ପେଚା ରହିଥିବାର ଖବର ପାଇବା ପରେ ତତ୍‌କ୍ଷଣାତ ଫୁଲବାଣୀ ରେଞ୍ଜ ଅଫିସର ସଚ୍ଚିଦାନଦ ସେଠି ଙ୍କ ନେତୃତ୍ଵରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ ଉପରେ ଥିବା ପେଚା ଟିକୁ ବେଶ ସତର୍କତାର ସହ ଉଦ୍ଧାର କରିଥିଲେ । ଫଳରେ ପେଚାଟି ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷାପାଇ ଯାଇଥିଲା।ବନ ବିଭାଗରେଞ୍ଜ ଅଫିସର ସେଠୀଙ୍କ ସମୟୋଚିତ ପଦକ୍ଷେପ ନିଶ୍ଚିତଭାବେ ପ୍ରଂଶସନୀୟ। ଉଦ୍ଧାର କରାଯାଇଥିବା ପେଚା ର ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ପରେ ଗୁଦାରୀ, ସ୍ଥିତ ମେଗା ନର୍ସରୀ ଜଙ୍ଗଲରେ ଛାଡିଦେଇଥିଲେ ବନ କର୍ମଚାରୀ । ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ପ୍ରବୀଣ ମହାକୁଡ ଫରେଷ୍ଟ ଗାର୍ଡ଼ ପ୍ରେମାନନ୍ଦ ପାତ୍ର ଓ ପାରା ଷ୍ଟାଫ ଅନୁପ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ। । ବନ କର୍ମଚାରିଙ୍କ ଏ ତାଦୃଶ୍ୟ କାର୍ଯ୍ୟକୁ ଫୁଲବାଣୀ ଡିଏଫ୍ ଓ ଲକ୍ଷ୍ମୀକାନ୍ତ୍ର ବେହେରା ଉଚ୍ଚ ପ୍ରଶଂସା କରିଥିଲେ।

hiranchal ad1
Leave A Reply

Your email address will not be published.

thirteen + 16 =