ବୌଦ୍ଧ,୩/୧୨ – ତୁଳସୀ ଦୁଇ ପତ୍ରରୁ ବାସେ । ମଣିଷ ଭିତରେ ଥିବା ପ୍ରତିଭା ପିଲାଟି ଦିନରୁ ପରିପ୍ରକାଶ ହୋଇଥାଏ । ବିନା ତାଲିମରେ ବିନା ଶିକ୍ଷାରେ ମଧ୍ୟ ତାହାର ଚମକ ଦେଖିବାକୁ ମିଳେ । ଏଭଳି ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଆମ ଜିଲ୍ଲାର ଜଣେ କୁନି ପ୍ରତିଭା ସ୍ଥିତିପ୍ରଜ୍ଞା । ବୌଦ୍ଧବ୍ଳକ ଖଲିଆପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ତାଳପଦର ଗ୍ରାମର ପ୍ରଶାନ୍ତ କୁମାର ମିଶ୍ରଙ୍କ ଝିଅ ସ୍ଥିତିପ୍ରଜ୍ଞା ମିଶ୍ରଙ୍କ କଥା ଆମେ କହୁଛୁ । ସେ ଏବେ ଷଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି । ପାଠପଢା ସହିତ ଚିତ୍ର ଆଙ୍କିବା ତାଙ୍କର ସଉକ ରହିଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଯଦି ତାଙ୍କୁ ତାଲିମର ବ୍ୟବସ୍ଥା କରାଯିବ ତାହେଲେ ସେ ଜଣେ ବଡ ଚିତ୍ରଶିଳ୍ପୀ ହୋଇପାରନ୍ତେ ଏଥିରେ ସନ୍ଦେହ ନାହିଁ ।
ତାଙ୍କ ଦ୍ୱାରା ଅଙ୍କିତ ବିଭିନ୍ନ ଚିତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ ।