ବୌଦ୍ଧ,୩/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବାର ଖବର ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ ବ୍ଲକର ବିଡିଓ ଓ କର୍ମଚାରୀଙ୍କ ପ୍ରଶଂସା କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ । ମିଳିଥିବା ସୂଚନା ଅନୁଯାୟୀ ଗତ ଦୀପାବଳି ଅବସରରେ ହରଭଙ୍ଗା ବ୍ଲକର ଗ୍ରାମୀଣ ଆବାସ ହିତାଧିକାରୀ ମାନଙ୍କ ଗୃହ ନିର୍ମାଣ କାର୍ଯ୍ୟର ସମ୍ପୁର୍ଣ୍ଣ କରାଇ ୭୧୩ ଜଣଙ୍କୁ ଗୃହ ପ୍ରବେଶ କରାଇବାରେ ହରଭଙ୍ଗା ବ୍ଲକ ପ୍ରଶାସନ ସକ୍ଷମ ହୋଇଥିବାରୁ ଏ ପ୍ରଶଂସା ମିଳିଛି । ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଡାକୁଆ ତାଙ୍କ ପତ୍ର ସଂଖ୍ୟା ୧୯୦୨୬ ତା ୧. ୧୨. ୨୦୨୦ ରିଖରେ ବିଡିଓ ହରଭଙ୍ଗାଙ୍କୁ ପ୍ରଶଂସା କରିବାସହ ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ଲକ୍ଷ୍ୟଧାର୍ଯ୍ୟ ପୁରଣ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ଡାକୁଆ ।