ବୌଦ୍ଧ,୩/୧୨ – ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଆଜି ବାଉଁଶୁଣୀଥାନା ଗୋଛାପଡା ଗ୍ରାମ ପଞ୍ଚାୟତ ଦୁମୁଦୁମା ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ଚଢାଉକରି ବିପୁଳ ପରିମାଣର ଗଞ୍ଜେଇ ଗଛ କାଟି ତାକୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ଉକ୍ତ ଚଢାଉରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ବିରଞ୍ଚି ଧରୁଆଙ୍କ ଉପସ୍ଥିତିରେ ମନମୁଣ୍ଡା ଭାରପ୍ରାପ୍ତ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି, ଏ.ଏସ.ଆଈ. ରୁପେଶ ମୁଖି, କନେଷ୍ଟବଳ ଶେଖ ଆବୁତାହାର୍, ପ୍ରିୟ ରଂଜନ କହଁର, ଅଞ୍ଜଳି ଅମାତ ଓ ଅନ୍ୟମାନେ ଅଂଶ ଗ୍ରହଣ କରିଥିଲେ ।