ବୌଦ୍ଧ,୬/୧୨- ଆଜି ଜିଲ୍ଲା ପ୍ରେସକ୍ଲବର ପ୍ରତିଷ୍ଠା ଦିବସ ଅବସରରେ ହରଭଙ୍ଗା ବ୍ଲକ ବଙ୍କାପଡା ଗ୍ରାମରେ ପ୍ରେସ କ୍ଲବ ତରଫରୁ ଶିଶୁ ମାନଙ୍କୁ ଫଳ ଓ ଖାଦ୍ୟ ସାମଗ୍ରି ବଣ୍ଟନ କରାଯାଇଥିଲା । ଏହା ପରେ ସଭାପତି ଶ୍ରୀ ବରୋଜ କୁମାର ବେହେରାଙ୍କ ଅଧକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ସହ ସହସଂପାଦକ ଦୁର୍ଯ୍ୟୋଧନ ବିଶିଙ୍କ ପ୍ରସ୍ଥାବ କ୍ରମେ ଚାଲୁ ରହିଥିବା କରୋନା ମହାମାରୀରେ ନିଜ ଜୀବନକୁ ବାଜି ଲଗାଇ ସଂଗ୍ରାମୀ ସାମ୍ବାଦିକମାନେ ମୃତ୍ୟମୁଖରେ ପଡିଛନ୍ତି ସେହି ମାନଙ୍କ ଦିବଙ୍ଗତ ଆତ୍ମାର ସଦ୍ଗତି କାମନାକରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କ୍ଲବର ସମ୍ପାଦକ ଶ୍ରୀ ରଘୁନାଥ ଷଡଙ୍ଗୀ ଉପସ୍ଥିତ ସଭ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ବାର୍ଷିକ ଆୟବ୍ୟୟ ବିବରଣୀ ଉପସ୍ଥାପନା କରିଥିଲେ । ବାଚନିକ ଭୋଟରେ ସଭ୍ୟମାନେ ସମ୍ମତି ଜଣାଇବା ସହ ଉପସ୍ଥାପନାବିଲ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । କୋଭିଡ ମହାମାରୀ ଯୋଗୁଁ ଅସୁବିଧା ଲାଗିରହିଥିବାବେଳେ ସଂଘର ସମସ୍ତ ସଭ୍ୟ ଦେଶର ଏପରି ସମୟରେ ଦେଶାମାତୃକା ପାଇଁ କାର୍ଯ୍ୟକରୁଛନ୍ତି ଏବଂ କାର୍ଯ୍ୟକରି ଚାଲନ୍ତୁ ବୋଲି କ୍ଲବର ସଭାପତି ବରଜ କୁମାର ବେହେରା ମତ ପ୍ରକାଶ କରିଥିଲେ ।
ଆଜିର ଏହି ସଭାରେ କ୍ଲବର ବୟୋଜ୍ୟେଷ୍ଠ ପରାମର୍ଶଦାତା କପିଳେଶ୍ୱର ପ୍ରଧାନଙ୍କ ଅସୁସ୍ଥତାକୁ ଆଲୋଚନା କରାଯାଇ ଆଶୁଆରୋଗ୍ୟ କାମନା କରାଯିବା ସହ କ୍ଲବ ପକ୍ଷରୁ ଶ୍ରୀ ପ୍ରଧାନଙ୍କ ଚିକିତ୍ସା ପାଇଁ ଦଶ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ଏଥି ସହ ଆଗାମି ୨୦୨୧/୨୨ବର୍ଷ ପାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବ ଗୃହିତ ହୋଇଥିଲା । ଶେଷରେ ସଦସ୍ୟ ସତ୍ୟନାରାୟଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରେସକ୍ଲବର ସମସ୍ତ କର୍ମକତ୍ତା ଏବଂ ସଦସ୍ୟ ଯୋଗ ଦେଇଥିଲେ ।