ମାଧପୁର ଜଙ୍ଗଲରେ ସୁରକ୍ଷା ଢିଲା ବିପଦରେ ବନ୍ୟଜନ୍ତୁ, ବିଭାଗର ନିଘାନାହିଁ

0 877

ହରଭଙ୍ଗା,୭/୧୨- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ମାଧପୁର ବନବିଭାଗର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ଏବେ ଅସୁରକ୍ଷିତ । ଗ୍ରାମାଞ୍ଚଳ ମଧ୍ୟରେ ଥିବା ଏହି ଜଙ୍ଗଲରେ ଅନେକ ପ୍ରଜାତିର ବନ୍ୟପ୍ରାଣୀ ଥିଲେବି ସେମାନଙ୍କ ସୁରକ୍ଷା ଉପରେ ସରକାରଙ୍କର ଦୃଷ୍ଟି ପଡୁନାହିଁ । ଯେଉଁଥିପାଇଁ ଧୀରେଧୀରେ ଏହି ସଂରକ୍ଷିତ ଜଙ୍ଗଲରୁ ବନ୍ୟଜନ୍ତୁ ମାନଙ୍କର ବଂଶଲୋପ ପାଇବାକୁ ବସିଛି । ଏହି ଜଙ୍ଗଲରେ ବାରହା, ଗୁରାଣ୍ଡି, ଠେକୁଆ, ଝିଙ୍କ, ଶାଳୁଆପତନି, ସମ୍ବାର, କୁଟୁରା, ଗୟଳ ଆଦି ବନ୍ୟଜନ୍ତୁ ରହୁଥିବା ଦେଖିବାକୁ ମିଳିଛି । ସେମାନଙ୍କ ସୁରକ୍ଷାପାଇଁ ଅଦ୍ୟାବଧି ବ୍ୟବସ୍ଥା କରାଯାଇନାହିଁ । ଏହି ଜଙ୍ଗଲରେ ଅନେକ କିନ୍ତୁ ଖାଦ୍ୟ ପାଇଁ ଜନବସତି ମୁହାଁ ହେଉଛନ୍ତି । ଏହି ସମୟରେ କେତେକ ଶିକାରୀ ସେମାନଙ୍କ ଅବାଧରେ ଶିକାର କରୁଛନ୍ତି । ଗତ ଜୁଲାଇ ମାସରେ ମାଧପୁର ରେଞ୍ଜ ଅଞ୍ଚଳର ମୁଣ୍ଡେଶ୍ୱର ସଂରକ୍ଷଣ ଜଙ୍ଗଲରେ ଶିକାରୀ ଗୁଳିରେ ଏକ ଦନ୍ତାହାତୀ ମୃତ୍ୟୁ ଘଟଣାରେ ବନବିଭାଗ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ସେହିପରି ଗତମାସରେ ସମ୍ବରମାଂସ ଓ ବାରହା ମାଂସ ଶିକାରୀମାନେ ନେବା ସମୟରେ ବନବିଭାଗ କର୍ମଚାରୀମାନେ ଚଢଉକରି ମାଂସ ଜବତ କରିବାସହ ଆସାମୀକୁ କୋର୍ଟଚାଲାଣ କରିଥିଲେ । ଏହାବ୍ୟତୀତ ଉଣାଅଧିକେ ପ୍ରତିଦିନ ଏହି ଜଙ୍ଗଲରୁ ଶିକାରୀମାନେ ବନ୍ୟଜନ୍ତୁକୁ ମାରି ମାଂସ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଏବେ ଧାନ ଅମଳ ସମୟ ହେଉଥିବାରୁ ଜୀବଜନ୍ତୁ ଜଙ୍ଗଲ ଭିତରୁ ବାହାରିଆସି ଫସଲ ଖାଉଥିବାରୁ ଶିକାରୀମାନେ ଅବାଧ ପଶୁଶିକାର କରୁଛନ୍ତି । ଏବେ ଶିକାରୀମାନେ ବାରହାଛୁଆ ଜଙ୍ଗଲରୁ ଆଣି ଗୋଟିଏ ବାରହା ଛୁଆକୁ ୨ହଜାର ଟଙ୍କାରେ ବିକ୍ରିକରୁଥିବା ଅଭିଯୋଗ ହେଉଛି । ଯଦି ଏହି କ୍ରମରେ ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର ହୁଏ ତେବେ ଦିନ ଆସିବ ଏହି ଜଙ୍ଗଲରୁ ବନ୍ୟଜନ୍ତୁ ଶୂନ୍ୟ ହୋଇଯିବ । ଏଣୁ ଦୈନିକ ଜଙ୍ଗଲ ଭିତରେ ବିଭାଗ ପକ୍ଷରୁ ତଲାସି କରିବାସହ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡିକରେ କିଛି ଫରେଷ୍ଟଗାର୍ଡ ଓ ବନକର୍ମଚାରୀ ମାନଙ୍କୁ ମୁତୟନ କରିବାପାଇଁ ବୌଦ୍ଧ ବନଖଣ୍ଡ ଅଧିକାରୀ ଏନେଇ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

4 × 2 =