ଫୁଲବାଣୀ,୭/୧୨: ଆଜି ଫୁଲବାଣୀ ସାହିର ଦିବ୍ୟ ପ୍ରକାଶ ମହାନ୍ତି ପାଇଖାନାଘରେ ପଡିଯିବାରୁ ହାତ କହୁଣୀ ପାଖରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତ ସ୍ରାବ ହେଉଥିଲା।ତାଙ୍କ ମାମୁଁ କୈଳାସ ମହାନ୍ତି ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ।ଆଉଟ ଡୋରରେ ପଞ୍ଜିକରଣ ପରେ ଶଲ୍ୟ ବିଭାଗକୁ ପଠାଇ ଦେଇଥିଲେ।ସେଠାରୁ ଷ୍ଟିଚ ପକାଇବାକୁ ଡ୍ରେସିଂ ରୁମକୁ ନେଇଥିଲେ। କିନ୍ତୁ ସେଠାରେ ନା ଥିଲେ ଫାର୍ମାସିଷ୍ଟ ନା ଡାକ୍ତର। ଜଣେ ସୁଇପର ଷ୍ଟିଚ କରିଥିଲେ, ଯାହା ଦେଖି ମାମୁଁ କୈଳାସ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯେଉଁ ପ୍ରକାର ସିଲେଇ କରାଯାଇଛି ଯେମିତି କୌଣସି ଅଖା ସିଲେଇ କରାଯାଏ। ଏ ସମ୍ପର୍କରେ ଶଲ୍ୟ ବିଭାଗ ଡାକ୍ତରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏଠାରେ ନିୟମିତ ସୁଇପର ମାନଙ୍କ ଦ୍ୱାରା ନିୟମିତ କ୍ଷତ ସ୍ଥାନ ର ଷ୍ଟିଚ ଓ ଡ୍ରେସିଂ ହେଉଥିବା କୈଳାସ ମହାନ୍ତି ଅଭିଯୋଗ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.