ବୌଦ୍ଧ: ବହିରା ଗ୍ରାମରୁ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ

0 591

ବୌଦ୍ଧ,୧୨/୧୨ – ଆଜି ପୁଣି ଜିଲ୍ଲାରେ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଜଣେ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍‌ ୨୭୫୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ଧରୁଆ ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୨୭୩୦ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୧୧ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ୧୩ ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି ଓ ୧୫ ଆକ୍ରାନ୍ତ ସୁସ୍ଥ ହୋଇ ସାରିବା ପରେ ପ୍ଲାଜମା ଦାନ କରିଛନ୍ତି ବୋଲି ଶ୍ରୀ ଧରୁଆ ସୂଚନା ଦେଇଛନ୍ତି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେ ହେଉଛନ୍ତି ବୌଦ୍ଧବ୍ଲକ୍‌ ବହିରା ଗ୍ରାମର ବୋଲି ସିଡିଏମଓ ଡାକ୍ତର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eleven + 2 =