ବୌଦ୍ଧ,୧୨/୧୨ – ବୌଦ୍ଧ ଜିଲ୍ଲା କୃଷି ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୃଷ୍ଟିଙ୍କ ନାମରେ ହୋଇଥିବା ସମସ୍ତ ଅଭିଯୋଗର ତଦନ୍ତ ପାଇଁ କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବୌଦ୍ଧ କୃଷି ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୃଷ୍ଟିଙ୍କ ବିରୋଧରେ ସରସରା, ବାମଣ୍ଡା, ବନ୍ଧାପଥର, ରାଧାନଗର୍ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ସେ ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ, ସଚିବ, ବିଧାୟକ ବୌଦ୍ଧ ଓ କଣ୍ଟାମାଳ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପୃଷ୍ଟି ନିଜ କର୍ତ୍ତବ୍ୟରେ ଅବହେଳା କରିବା, ବୌଦ୍ଧରେ ବାରମ୍ବାର ଅନୁପସ୍ଥିତ ରହିବା, ହିତାଧିକାରୀମାନଙ୍କୁ ହଇରାଣ ହରକତ କରିବା ଓ ଦୁର୍ବ୍ୟବହାର କରିବା ଆଦି ଅଭିଯୋଗ କରିଥିଲେ ସରପଞ୍ଚ ମାନେ । ଦରଖାସ୍ତ ପାଇବା ପରେ କ୍ରୁଷିମନ୍ତ୍ରୀ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।