ସମସ୍ୟା ଘେରରେ ପାରଳା ପୌର ପରିଷଦ

0 77

ପାରଳାଖେମୁଣ୍ଡି,୧୪/୧୨- ଗଜପତି ଜିଲ୍ଲାର ପାରଳା ପୌର ପରିଷଦ ଓଡ଼ିଶା ରାଜ୍ୟର ଦ୍ୱିତୀୟ ପୁରାତନ ପୌର ପରିଷଦ ଅଟେ । ଏଠାରେ ସମସ୍ୟା ଅଧିକ ଥିବାବେଳେ ସମାଧାନ କମ ହୋଇ ପାରୁଛି । ଏଠାକାର ମୁଖ୍ୟ ସମସ୍ୟା ପରିମଳ ବ୍ୟବସ୍ଥା ସୁଧୁରି ପାରୁନାହିଁ ଦୀର୍ଘ ଦିନ ହେଲା ଏହି ସମସ୍ୟା ଦିନକୁଦିନ ଜଟିଳ ହେବାରେ ଲାଗିଛି । ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ । ସହରର ଜନସାଧାରଣଙ୍କ ସଚେତନତା ଅଭାବ ନା ଜାଣିଶୁଣି ଆବର୍ଜନା ଏଣେତେଣେ ଫୋପାଡିବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି । ସହରବାସୀ ସଚେତନ ହେଲେ ଏହାର ସମାଧାନ ହୋଇ ପାରିଥାନ୍ତା । ଅନ୍ୟପଟେ ପୌର ପରିଷଦ ପରିମଳ ବ୍ୟବସ୍ଥା ପାଇଁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଥିବାବେଳେ ସହରର ବିଭିନ୍ନ ୱଙ୍ର୍ରେ଼ରେ ଡ଼ଷ୍ଟବିନ ନଥିବାରୁ ଅପରିଷ୍କାର ପଦାର୍ଥ ଏଣେତେଣେ ପଡୁଛି ଏବଂ ୱାଡର଼୍ବାସୀଙ୍କୁ ଅପରିଷ୍କାର ପଦାର୍ଥ ରଖିବାପାଇଁ ଡ଼ଷ୍ଟବିନର ବ୍ୟବସ୍ଥା ଥିଲେ ମଧ୍ୟ ପୌରପରିଷଦ ୱାର୍ଡ଼ବାସୀର ହିତାଧିକାରୀଙ୍କୁ ଡ଼ଷ୍ଟବିନ ଦେଇ ପାରିନାହିଁ । ପୌର ପରିଷଦ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି । ସହରରେ ଟ୍ରାଫିକ ସମସ୍ୟାକୁ ଦ୍ୱିଗୁଣିତକରୁଛି ପାରଳା ପୌର ପରିଷଦ । ପାର୍କିଂଙ୍ଗ ବ୍ୟବସ୍ଥା ଥାଇ ମଧ୍ୟ ସହରରେ ଟ୍ରାଫିକ ସମସ୍ୟା ଉପୁଜୁଛି । ସହରରେ ଉଠାଦୋକାନୀ ଦିନକୁ ଦିନ ବଢିବାରେ ଲାଗିଛି । ଯାହାଫଳରେ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି ଏବଂ ଟ୍ରାଫିକ ସମସ୍ୟା ଉପୁଜୁଛି । ଏଥିପ୍ରତି ପୌର ପରିଷଦ ଗୁରୁତ୍ୱ ଦେଉନାହିଁ । କେବଳ ଟିକସ ଆଦାୟ କରିବାରେ ବାଉଳ । ଉଠାଦୋକାନୀକୁ ସ୍ଥାୟୀ ସମାଧାନ କରିବାରେ ବିଫଳ । ସହରରେ ବୁଲା କୁକୁର ଗାଈ ଘୁଷୁରୀଙ୍କ ଉପଦ୍ରବ ବଢି ବାରେ ଲାଗିଛି । ଯାହାଫଳରେ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି ଓ ବୁଲାକୁକୁରଙ୍କ ଆତଙ୍କରେ ସହରବାସୀ ଭୟଭୀତ ହୋଇଛନ୍ତି । ସହରର ପ୍ରତ୍ୟେକସାହି, ଗଳି ଓ ଛକ ମାନଙ୍କରେ ବୁଲା କୁକୁର ମାଳମାଳ ହୋଇ ରହିଥାନ୍ତି ଏବଂ ସହରବାସୀଙ୍କୁ ଭୋକି ଉପରକୁ କାମୁଡିବାକୁ ଆସିଥାନ୍ତି । ଏପରିକି ପ୍ରାତଃ ଭ୍ରମଣ ସମୟରେ ବରିଷ୍ଠ ନାଗରିକମାନେ ଭ୍ରମଣ ସମୟରେ ଭୟଭୀତ ହୋଇପଡୁଛନ୍ତି । ସହରରେ ବୁଲା ଗାଈ ଗୋରୁ ଉପଦ୍ରବ ଯୋଗୁଁ ଟ୍ରାଫିକ ସମସ୍ୟା ସହ ଛୋଟ ମୋଟ ଦୁର୍ଘଟଣା ମଧ୍ୟ ଘଟୁଛି । ଏଥିପ୍ରତି ପୌର ପରିଷଦ କିଛି ପଦକ୍ଷେପ ନେଉନାହିଁ କି ସହରରେ କାଞ୍ଜିଆହୁଦାର ବ୍ୟବସ୍ଥା ମଧ୍ୟ ନାହିଁ । ସହରରେ ଘୁଷୁରୀ ଦିନକୁ ଦିନ ଉପଦ୍ରବ ବଢିବାରେ ଲାଗିଛି । ଯାହା ଫଳରେ ଛୋଟମୋଟ ଦୁର୍ଘଟଣା ହେବାସହ ସହରର ଅପରିଷ୍କାର ପଦାର୍ଥକୁ ଏଣେତେଣେ ଫୋପାଡିବା ଦ୍ୱାରା ପରିବେଶ ପ୍ରଦୂଷଣ ଓ ଦୁର୍ଗନ୍ଧମୟ ସୃଷ୍ଟି କରୁଛି । ଏଥିପ୍ରତି ପାରଳା ପୌର ପରିଷଦ କିଛି ପଦକ୍ଷେପ ନେଉନାହିଁ । ଏଠାରେ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଦିଆଯାଇ ନ ଥିବା ଅଭିଯୋଗ ହେଉଛି । ସେହିଭଳି ବୃଦ୍ଧବୃଦ୍ଧା ପେନସନ ପ୍ରକୃତ ହିତାଧିକାରୀଙ୍କୁ ଦିଆଯାଉନଥିବା ଅଭିଯୋଗ ହେଉଛି । ସେହିଭଳି ରାସନକାର୍ଡ ସ୍ୱଚ୍ଛଳ ବ୍ୟକ୍ତି ପାଇଥିବାର ଅଭିଯୋଗ ହେଉଛି । ସେହିଭଳି ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଥିବାର ଅଭିଯୋଗ ହେଉଛି ଏବଂ ଏଠାକାର କର୍ମଚାରୀ ଦୀର୍ଘ ଦିନ ହେଲା ବଦଳି ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତୁରନ୍ତ କର୍ମଚାରୀ ମାନଙ୍କୁ ବଦଳି କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

fourteen + 20 =