ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌ର ବାର୍ଷିକ ସାଧାରଣ ବୈଠକ, ବୌଦ୍ଧ ପୁସ୍ତକମେଳା ଆଲୋଚନାଚକ୍ର ପାଇଁ ପ୍ରସ୍ତୁତି

0 386

hiring

ବୌଦ୍ଧ,୧୪/୧୨- ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ବାର୍ଷିକ ସାଧାରଣ ବୈଠକ ଫୋରମର କାର୍ଯ୍ୟାଳୟରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ସଭାପତି ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଯୁଗଳ କିଶୋର ସାମଲ ବୈଠକର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ । ଚଳିତବର୍ଷ ମହାମାରୀ କରୋନା ପାଇଁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବୌଦ୍ଧ ଏନଏସି ଓ ତିନୋଟି ବ୍ଲକରେ ଆଲୋଚନାଚକ୍ର ଅନୁଷ୍ଠିତ କରାଯିବ । ଏଥିସହିତ ଅନଲାଇନ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଜିଲ୍ଲାର ତିନୋଟି ବ୍ଲକରେ ଭ୍ରାମ୍ୟମାଣ ଗାଡିରେ ପୁସ୍ତକ ବିକ୍ରୟ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୁସ୍ତକମେଳା ଅବସରରେ ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ପ୍ରକାଶିତ ହେଉଥିବା ବାର୍ଷିକ ମୁଖପତ୍ର ‘ବୌଦ୍ଧ ବାର୍ତ୍ତାବହ’ ପ୍ରକାଶ ପାଇବ । ସେଥିପାଇଁ ବୌଦ୍ଧ ତଥା ପଶ୍ଚିମାଞ୍ଚଳର ଐତିହ୍ୟ, ସଂସ୍କୃତି, ପରଂପରା ଓ ଜନଜୀବନ ସଂପର୍କିତ ଲେଖା ଗବେଷକ ଓ ଲେଖକମାନଙ୍କଠାରୁ ବୌଦ୍ଧ ବାର୍ତ୍ତାବହରେ ପ୍ରକାଶନ ପାଇଁ ଆହ୍ୱାନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସଂପାଦକ ବିଗତ ବର୍ଷରେ ଆୟବ୍ୟୟର ବିବରଣୀ ବୈଠକରେ ଉପସ୍ଥାପନ କରିଥିଲେ ଓ ତାହା ସର୍ବସମ୍ମତି କ୍ରମେ ଅନୁମୋଦନ ଲାଭ କରିଥିଲା । ବୌଦ୍ଧଜିଲ୍ଲାର ସମସ୍ତ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଓ ବିଶୃଙ୍ଖଳା ସଂପର୍କରେ ସମସ୍ତ ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ । ସେଥିପାଇଁ ଫୋରମ ପକ୍ଷରୁ ଏକ ତଥ୍ୟ ସଂଗ୍ରହକାରୀ ଦଳ (ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌) ତୃଣମୂଳ ସ୍ତରକୁ ଯାଇ ତଥ୍ୟ ସଂଗ୍ରହକରି ରାଜ୍ୟସରକାରଙ୍କୁ ରିପୋର୍ଟ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଫୋରମର ସଦସ୍ୟ ସୁକାନ୍ତ ପଟ୍ଟନାୟକ, ଦିବ୍ୟରଂଜନ ପଟ୍ଟନାୟକ, ଦେବାନନ୍ଦ ସାହୁ, ପ୍ରୀତି ରଞ୍ଜନ ଦାସ, ପ୍ରକାଶ ଚନ୍ଦ୍ର ମେହେର, ସୁଧାଂଶୁ ଶେଖର ମିଶ୍ର, ସତ୍ୟନାରାୟଣ ପାଣି, ସତ୍ୟଜିତ କୁମାର ପଣ୍ଡା, ଭାଗବତ ମେହେରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven + nine =