ଟ୍ରକ ପଛରେ ଧକ୍କା ଦେଇ ବାଇକ ଆରୋହୀ ମୃତ

0 1,699

ବୌଦ୍ଧ/ବାଉଁଶୁଣୀ,୧୫/୧୨ – ଜାତୀୟ ରାଜପଥ ନମ୍ବର ୫୭ର ବାଉଁଶୁଣୀ ଛକ ନିକଟରେ ଥିବା ଡିମିରିପାଲି ସ୍କୁଲ ସମ୍ମୁଖରେ ରାସ୍ତା କଡରେ ରଖା ଯାଇଥିବା ଗୋଟିଏ ଟ୍ରକ ପଛରେ ବାଇକ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ତାଳସରଡା ଗ୍ରାମ ପଞ୍ଚାୟତ ଟାଇଁଜନ ଗ୍ରାମର ଦୁଃଶାସନ ଭୋଇ (୨୨) କୌଣସି କାମରେ ବାଇକ ଯୋଗେ ଯାଇଥିବା ବେଳେ ରାତି ପ୍ରାୟ ୧୨ ଘଣ୍ଟା ସମୟରେ ରାସ୍ତା କଡରେ ରଖା ଯାଇଥିବା ଗୋଟିଏ ଟ୍ରକର ପଛ ପାଖକୁ ଧକ୍କା ଦେଇଥିଲେ । ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବାରୁ କେହି ଜାଣି ପାରିନଥିଲେ ଓ ଅତ୍ୟଧିକ ରକ୍ତସ୍ରାବ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସକାଳୁ ଲୋକେ ଦେଖିବା ପରେ ପରିବାର ବର୍ଗଙ୍କୁ ଖବର୍‌ ଦେଇଥିଲେ । ବାଉଁଶୁଣୀ ପୋଲିସ୍‌ ଖବର୍‌ ପାଇ ମୃତଦେହକୁ ଜବତ କରି ପୋଷ୍ଟମଟମ ପାଇଁ ବୌଦ୍ଧ ପଠାଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ରାସ୍ତା କଡରେ ଭାରି ଯାନ ରଖା ଯାଉଥିବା ହେତୁ ଅନେକ ସମୟରେ ଏ ଭଳି ଦୁର୍ଘଟଣା ଘଟି ଅନେକ ଧନ ଜୀବନର କ୍ଷତି ଘଟୁଥିବା ଅଭିଯୋଗ ହେଉଛି । ତେଣୁ ପୋଲିସ୍‌ ଓ ପ୍ରଶାସନ ଦ୍ରୁଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

five × four =