ବୌଦ୍ଧ ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶେଖ ସଲିମଙ୍କ ପରଲୋକ

0 1,787

ବୌଦ୍ଧ,୧୫/୧୨ – ବୌଦ୍ଧ ଜିଲ୍ଲା ପରିଷଦ ଗଠନ ହେବା ପରେ ପ୍ରଥମ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଶେଖ ସଲିମଙ୍କ ଗତ ରାତି ପ୍ରାୟ ୧ ଘଣ୍ଟା ସମୟରେ ବୌଦ୍ଧ ମେଡିକାଲ ଛକ ନିକଟରେ ଥିବା ତାଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନହେଲା ମଧୁମେହ ରୋଗରେ ପୀଡିତ ଥିଲେ । ସେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ୭ ନମ୍ବର୍‌ ଜୋନରୁ ତତ୍କାଳୀନ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇ ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ୧୯୯୭ ମସିହାରୁ ୨୦୦୨ ମସିହା ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ସେ ଜିଲ୍ଲାରେ ଅନେକ ଜନହିତକର କାର୍ଯ୍ୟ କରିବାସହ ଲୋକଙ୍କର ପ୍ରିୟଭାଜନ ହୋଇପାରିଥିଲେ ।

hiring

୧୯୯୨ ମସିହାରେ ହରଭଙ୍ଗା ବ୍ଲକ ଅବିଭକ୍ତ ମଥୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ମଧ୍ୟ ନିର୍ବାଚିତ ହୋଇଥିଲେ । ସେ ବୌଦ୍ଧଠାରେ ଜୋତା ତିଆରି କାରଖାନା ପ୍ରତିଷ୍ଠାକରି ସାରା ଭାରତରେ ସୁନାମ ଅର୍ଜନ କରିଥିଲେ । ଉନ୍ନତମାନର ଜୋତା ପ୍ରସ୍ତୁତକରି ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇ ବୌଦ୍ଧ ପାଇଁ ସୁନାମ ଆଣିଥିଲେ । ତାଙ୍କର ବିୟୋଗରେ ସବୁମହଲରୁ ଗଭୀର ଶୋକ ପ୍ରକାଶ ପାଉଛି । ତାଙ୍କର ମୃତ୍ୟୁ ଖବର ପାଇବାପରେ ବନ୍ଧୁ ବର୍ଗ ଓ ଆତ୍ମୀୟ ସ୍ୱଜନ ତାଙ୍କର ଶେଷ ଦର୍ଶନ କରିଛନ୍ତି । ଆଜି ଅପରାହ୍ନରେ ବୌଦ୍ଧ ରାଜଘାଟ ନିକଟରେ ଥିବା କବର ଖାନାରେ ତାଙ୍କର ମର ଶରୀରକୁ କବର ଦିଆଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

15 + one =