ବୌଦ୍ଧ,୧୫/୧୨ – ବୌଦ୍ଧ ସହର ବୁଟୁପାଲି ଠାରେ ଗୋଟିଏ ବୁଲା ଗାଈ ପ୍ରସବ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ୱେଚ୍ଛାସେବୀମାନେ ତାର ପ୍ରାଣ ରକ୍ଷା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ବୁଲା ଗାଈ ପ୍ରସବ ବେଳେ ବାଛୁରୀ ଓଲଟା ରହିଯିବାରୁ ପ୍ରସବ କରିନପାରି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଦୀର୍ଘ ଘଣ୍ଟା ଧରି ଯନ୍ତ୍ରଣା ପାଉଥିବାବେଳେ ବୁଟୁପାଲି ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଇନ୍ଦ୍ରମଣି ମେହେର ସୁଚନା ପାଇଥିଲେ । ସଂଗଠନର ସଦସ୍ୟମାନେ କେଳାକଟା ପ୍ରାଣୀ ନିରୀକ୍ଷକ ଅଶୋକ କୁମାର ଶତପଥୀ ଓ ଭେଟେନେରୀ ସର୍ଜନ ଡାକ୍ତର ପ୍ରିୟବ୍ରତ ବେହେରାଙ୍କୁ ଯୋଗାଯୋଗ କରି ତାଙ୍କର ସହାୟତାରେ ମୃତ ବାଛୁରୀକୁ ପ୍ରସବ କରାଇ ଗାଈର ଜୀବନ ବଞ୍ଚାଇ ନିଜର ମହାନତାର ପରିଚୟ ଦେଇଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ଓ ପ୍ରାଣୀ ବିଭାଗର ଉଭୟ ଅଧିକାରୀଙ୍କ ସହଯୋଗ ନିମନ୍ତେ ଜନସାଧାରଣରେ ପ୍ରଶଂସା କରାଯାଉଛି ।