ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧ ଲକ୍ଷ ୫ ହଜାର ଗଞ୍ଜେଇ ଗଛ ନଷ୍ଟ

0 408

ବୌଦ୍ଧ,୧୬/୧୨-ବୌଦ୍ଧଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବୌଦ୍ଧବ୍ଲକ ଦପଲା ପଂଚାୟତ ସିମେଲିକଟା ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲ ଉପରେ ଚଢ଼ାଉ କରାଯାଇ ୩୫ ଏକର ଜଙ୍ଗଲ ଜମି ଉପରେ ଚଢଉ କରାଯାଇ ପ୍ରାୟ ୧ ଲକ୍ଷ ୫ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୦କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଢ଼ାଉରେ ମାଜିଷ୍ଟ୍ରେଟ ଭାବେ ସୁଶୀଳ କୁମାର କହଁର ସାମିଲ ଥିବାବେଳେ ଇନିସପେକ୍ଟର ବିଜୟ କୁମାର ଧରୁଆ, ଓଆଇସି ରମେଶ ଚନ୍ଦ୍ର ମହାନ୍ତି, ଏଏସଆଇ ରୂପେଶ ମୁଖୀ, କନେଷ୍ଟବଳ ଜୟନ୍ତ କୁମାର ପ୍ରଧାନ, ରାଜକିଶୋର କହଁର, ଅଞ୍ଜଳି ଅମାତ, ସୁକେଶିନୀ କଜୁର, କୈଳାସ ସାହୁ, ବିଜୟ କୁମାର ବାଘ, ପ୍ରଫୁଲ୍ଲ ଭୋକ୍ତା, ସଞ୍ଜୟ ସେଠୀ, ଲୋକନାଥ ଭୋଇ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

14 + 11 =