ବୌଦ୍ଧ,୧୭/୧୨ – ବୌଦ୍ଧ ଅବକାରୀ ବିଭାଗ ଆଜି ଗୋଟିଏ ଇଣ୍ଡିକୋ କାର୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କାର୍ ଓ.ଆର. 02 ବିଏ 8225 ସହ 12 କିଲୋଗ୍ରାମ ଗଞ୍ଜେଇ ଜବତ୍ କରିଥିବା ଜଣାପଡିଛି l ଚାଲାଣ ରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି | ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ବରେ ସଦର ଏ.ଏସ. ଆଈ. ରୁପେଶ ମୁଖି ଓ କନେଷ୍ଟବଳ ଲୋକନାଥ ଭୋଇ ସାମିଲ୍ ହୋଇଥିଲେ | ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ତ୍ରିଦେବ୍ ରଥଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବା ପରେ ଜବତ୍ କରାଯାଇଥିଲା | ସେହିପରି ଆଜି ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତର ଏରେଡା ଗ୍ରାମରେ ଚାଷ ହୋଇଥିବା 7 ଏକର୍ ଜମିର ପ୍ରାୟ 21 ହଜାର ଗଞ୍ଜେଇ ଗଛକୁ ଅବକାରୀ ବିଭାଗ ନଷ୍ଟ କରିଛି | ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 2 କୋଟି 10 ଲକ୍ଷ ଟଂକା ହେବ ବୋଲି ଜଣା ପଡିଛି l ଅବକାରୀ ନିରୀକ୍ଷକ ଶ୍ରୀ ଧରୁଆଙ୍କ ସମେତ ମନମୁଣ୍ଡା ଓ କଣ୍ଟାମାଳ ଅବକାରୀ ବିଭାଗ କର୍ମଚାରୀ ମାନେ ସାମିଲ ହୋଇଥିଲେ | ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଡେପୁଟି କଲେକ୍ଟର ବିରଞ୍ଚି ଧରୁଆ ସାମିଲ ହୋଇଥିଲେ |