ଓ.ଟି.ଇ.ଟି. ଜାଲିଆତି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ କେବେ ?

0 1,327

ବୌଦ୍ଧ,୨୧/୧୨ – ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ୮୯ ଜଣ ଗଣ ଶିକ୍ଷକ ନିୟମିତ ହେବା ପାଇଁ ସମସ୍ତ ମାନଦଣ୍ଡ ପୁରଣ କରିଥିବା ଦାବୀକରି ଆବେଦନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସେମାନଙ୍କ କାଗଜ ପତ୍ର ଯାଞ୍ଚ କରାଯାଇଛି ଓ ସେଥି ମଧ୍ୟରୁ ୪୯ ଜଣଙ୍କ ଓ.ଟି.ଇ.ଟି. ପାସ୍‌ ପ୍ରମାଣପତ୍ର ଜାଲ୍‌ ଥିବା ଜଣାପଡିଛି । ଏ ସମ୍ପର୍କରେ ଜାଲ୍‌ ଗଣଶିକ୍ଷକ ମାନଙ୍କୁ କାର୍ଯ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା । ସେଥିପାଇଁ ସେମାନଙ୍କୁ ମାସେ ସମୟ ଦିଆଯାଇଥିଲା । ଏ ସମୟ ମଧ୍ୟରେ ୩୦ ଦିନ ଅତିବାହିତ ହୋଇ ଯାଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସମସ୍ତେ ଅପେକ୍ଷା କରିଛନ୍ତି । ଜାଲ୍‌ ପ୍ରମାଣପତ୍ର ଆଣିଥିବା ଶିକ୍ଷକମାନେ କିଭଳି ଦଣ୍ଡିତ ହେବେ ଓ ଜାଲ୍‌ ପ୍ରମାଣପତ୍ର ରାକେଟର ଚେର କେତେଦୂର ଲମ୍ବିଛି ତାର ତଦନ୍ତ କିଏ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟିହୋଇଛି । କେବଳ ଗଣଶିକ୍ଷକମାନେ ଜାଲ୍‌ ପ୍ରମାଣପତ୍ର ଆଣିଛନ୍ତି ନା ଏହାପୂର୍ବରୁ ଶିକ୍ଷା ସହାୟକମାନେ ଯେଉଁ ନିୟମିତ ହୋଇଛନ୍ତି ସେଥିରେ ବି ଜାଲ୍‌ ପ୍ରମାଣପତ୍ରଧାରୀ ଅଛନ୍ତି ତାହାକୁ ତଦନ୍ତ କରିବାକୁ ଜନସାଧାରଣରେ ଦାବି ହେଉଛି । ପୂର୍ବରୁ ଯେତିକି ଶିକ୍ଷକ ନିୟମିତ ହୋଇଛନ୍ତି ସେମାନଙ୍କ ପ୍ରମାଣପତ୍ର ଗୁଡିକ ମଧ୍ୟ ଯାଞ୍ଚ କରାଗଲେ ଜାଲ୍‌ ଓ.ଟି.ଇ.ଟି. ଧାରୀଙ୍କ ତାଲିକା ଲମ୍ବା ହୋଇପାରେ ବୋଲି ସନ୍ଦେହ ପ୍ରକାଶ ପାଉଛି । ଗୋଟିଏ ବର୍ଷରେ ୪୯ ଜଣଙ୍କ ଜାଲ୍‌ ପ୍ରମାଣପତ୍ର ଧରାପଡିବା ଏ ଆଶଙ୍କାକୁ ଆହୁରି ଦୃଢୀଭୂତ କରୁଛି । ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

nineteen − 10 =