ସିମନବାଡ଼ିରେ ସିକଲିଂ ରୋଗ ସମ୍ବନ୍ଧିତ କର୍ମଶାଳା ଓ ଲ୍ୟାବ୍‌ ଉଦଘାଟନ

0 81

ବାଲିଗୁଡ଼ା,୨୧/୧୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସିକିଲିଂ ରୋଗ ସମ୍ବନ୍ଧିତ ଜାତୀୟ ଟାସ୍କ ଫୋର୍ସ ପ୍ରକଳ୍ପ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ନୂଆ ଦିଲ୍ଲୀ(ଆଇସିଏମଆର) ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଭାଗିତାରେ ସିକଲିଂ ରୋଗର ନିରାକରଣ ଏବଂ ରୋଗ ପରୀକ୍ଷା ଲ୍ୟାବ୍‌ ଉଦଘାଟନ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି । ଗବେଷକ ଡାକ୍ତର ମନୋରଞ୍ଜନ ରଞ୍ଜିତ୍‌ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରକ୍ତ ଶିକୁଳି ବା ସିକଲିଂ ରୋଗର ଲକ୍ଷଣ ଓ ନିରାକରଣ ବିଷୟରେ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ । ଅସୁସ୍ଥ କୋଷ ରୋଗ ସ୍କ୍ରିନିଂ ଏବଂ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ସମ୍ପ୍ରଦାୟର କ୍ଷମତାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଓଉଗଜ ପକ୍ଷରୁ ଏହି ପଦକ୍ଷେପ ଆରମ୍ଭ ହୋଇଥିବା କହିଛନ୍ତି ଡଃ.ରଞ୍ଜିତ୍‌ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିଲେ । ଅଞ୍ଚଳର ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀମାନେ ଅଞ୍ଚଳର ରୋଗୀମାନଙ୍କ ପ୍ରାଥମିକ ପରୀକ୍ଷା କିଭଳି କରିବେ ଏବଂ ପରୀକ୍ଷା ପରେ କଣ ପଦକ୍ଷେପ ନେବେ ସେ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ ଡ. ରଞ୍ଜିତ୍‌ । ଅଞ୍ଚଳର କିଛି କଳାକାରଙ୍କ ଦ୍ୱାରା ପାଲା କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସିକଲିଂ ରୋଗ ସମ୍ବନ୍ଧରେ ସଚେତନ କରାଯାଇଥିଲା । ଆଇସିଏମଆର ପକ୍ଷରୁ ଗବେଷକ ଡ.ଅରୁନ୍ଧତି ଦାସ,ଡ. ଜ୍ୟୋତି ଘୋସାଲ୍‌, ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ ମାନସ କୁମାର ବାରିକ୍‌,ଏଲଟି ପ୍ରଭାତ ବାଲିକ୍‌,ଡଃ.ମଧୁସ୍ମିତା ବଳ ଓ ଡ.ହେମନ୍ତ କୁମାର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଥିଲେ ।

hiranchal ad1
Leave A Reply

Your email address will not be published.

6 − 4 =