ଶୀତର ଲହରୀ ଜାରି, ଜଣେ ମୃତ୍ୟୁ ଅଭିଯୋଗ

0 624

ହରଭଙ୍ଗା: ଅଚାନକ ଖସିଲା ପାରଦ । ଜାଡ ମାଡରେ ଅସ୍ତବ୍ୟସ୍ତ ହରଭଙ୍ଗା ବ୍ଲକ । ସବୁଠି ହାଡଭଙ୍ଗା ଶୀତ । ଥଣ୍ଡା ପବନ ବାଜିଲା ବେଳକୁ ଶିହରି ହୋଇଯାଉଛି । ୩ଦିନ ଧରି ହରଭଙ୍ଗା ଅଞ୍ଚଳରେ ଶୀତ ଲହରୀ ଜାରି ରହୁଥିବା ଫଳରେ ଜନସରଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଆଜି ସକାଳ ୭ଟା ବେଳେ ହରଭଙ୍ଗା ଗ୍ରାମର କଷ୍ଣଚନ୍ଦ୍ର ସାହୁ ନାମକ ବ୍ୟକ୍ତି ଶୀତର ପ୍ରକୋପରେ ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ସକାଳୁ ଉଠି ପରିଶ୍ରା କରିବାକୁ ଯାଇଥିଲେ । ହଠାତ୍ ଶୀତର ପ୍ରକୋପରେ ଥରଥର ହୋଇ ତଳେ ବସି ପଡିଥିଲେ । ତାଙ୍କୁ ତଳୁ ଉଠାଇ ଘରକୁ ଆଣିଥିଲେ । ପରେ ହରଭଙ୍ଗା ଡାକ୍ତରଖାନାକୁ ନେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ ୩ଦିନ ଧରି ସମଗ୍ର ହରଭଙ୍ଗା ଅଞ୍ଚଳରେ ଶୀତର ଲହରୀ ଜାରି ରହିଛି । ବିଶେଷ ଭାବେ ଗରୀବ ଶ୍ରେଣୀର ଲୋକମାନେ ଶୀତର ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜଳାଇ ଶୀତରୁ ରକ୍ଷା ପାଉଛନ୍ତି । ଏଣେ ରାଜ୍ୟ ସରକାର ଶୀତର ଲହରୀ ଯୋଗୁ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି । ଶୀତର ଲହରୀ ଯୋଗୁ ବିଶେଷ ଭାବେ ହରଭଙ୍ଗା, ବ୍ଲକର ଅଭୟାରଣ୍ୟ ଅଞ୍ଚଳ ଗୁଡିକରେ ବିଶେଷ ଭାବେ ଶୀତ ଅନୁଭୂତ ହେଉଛି । ହରଭଙ୍ଗାକୁ ତପମାତ୍ରା ୯ଡିଗ୍ରୀ ସେଲସିୟସ୍ ରହିଛି । ଏଣୁ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । ଏଣେ ରାଜ୍ୟ ସରକାର ବାସହରା ଲୋକମାନଙ୍କ ପାଇଁ ରାତ୍ରୀ ସମୟରେ ଆଶ୍ରୟସ୍ଥଳୀ, ସ୍କୁଲଘର ଓ ବିଭିନ୍ନ କମ୍ୟୁନିଟି ସେଣ୍ଟର ଖୋଲା ରଖିବା ପାଇଁ ଜିଲ୍ଲାପାଳଙ୍କୁ ନିଦ୍ଦେର୍ଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ଗରୀବ ଲୋକମାନଙ୍କୁ କମ୍ବଳ ଯୋଗାଇ ଦେବାପାଇଁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

2 × three =