ପରୀ ପାଇଁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା

0 562

hiring

ବୌଦ୍ଧ /ବାଉଁଶୁଣୀ,୨୩/୧୨ – ନୟାଗଡ ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ପରୀକୁ ନ୍ୟାୟ ପ୍ରଦାନ ଦାବିରେ କଣ୍ଟାମାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଥିବା ବିଜେପି ନେତା କନ୍ହାଇ ଚରଣ ଡାଙ୍ଗଙ୍କ ନେତୃତ୍ବରେ ଆଜି ଏକ ପଦଯାତ୍ରା ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ଠାରୁ ବାଉଁଶୁଣୀ ଯାଏଁ ଅନୁଷ୍ଠିତ ହୋଇଥିଲା | ପଦଯାତ୍ରାରେ ଶ୍ରୀ ଡାଙ୍ଗଙ୍କ ସମେତ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ବରିଷ୍ଠ ବିଜେପି ନେତା ମାଗୁଣି ଗାଈଗୌରୀଆ, ସୁଶାନ୍ତ ବାଘ, ଦାମୋଦର ମିଶ୍ର, କୃଷ୍ଣଚନ୍ଦ୍ର ମିଶ୍ର, ଅଟଳ କୁମାର୍ ପ୍ରଧାନ,ସରୋଜ କୁମାର ମେହେରଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ |

hiranchal ad1
Leave A Reply

Your email address will not be published.

3 × 1 =