ବୌଦ୍ଧ/ବାଉଁଶୁଣୀ,୨୪/୧୨ – ଗତବର୍ଷ ଅପ୍ରେଲମାସର ପ୍ରଥମ ସପ୍ତାହରେ ଚୋରା କୋଇଲା ଚାଲାଣରେ ସଂପୃକ୍ତ ଦୁଇଟି ଟ୍ରକକୁ ବାଉଁଶୁଣୀ ପୋଲିସ୍ ଜବତ୍ କରି ଥାନା ସମ୍ମୁଖରେ ଆଣି ରଖିଥିଲା । ଇତି ମଧ୍ୟରେ ପ୍ରାୟ ୯ ମାସ ହେଲା ଟ୍ରକ ସେମିତି ରହିଥିବାରୁ ଲୋକେ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ବାଉଁଶୁଣୀ ଛକକୁ ପ୍ରତିଦିନ ଶହଶହ ଗ୍ରାମବାସୀ ବିଭିନ୍ନ ଯାନବାହାନରେ ବିଭିନ୍ନ କାମରେ ଯିବା ଆସିବା କରିଥାଆନ୍ତି । ଛୋଟ ବଡ ଅନେକ ଚାରି ଚକିଆ ଗାଡି ଏ ରାସ୍ତାରେ ଯାତାୟାତ କରିଥାଆନ୍ତି । ରାସ୍ତାର ଅର୍ଦ୍ଧକେ ଅଂଶ ଟ୍ରକ ଦଖଲ କରିଥିବା ହେତୁ ସମସ୍ୟା ସୃଷ୍ଟି ହେଉଛି । ସେଥିପାଇଁ ତୁରନ୍ତ ଟ୍ରକ ଦୁଇଟିକୁ ରାସ୍ତାରୁ ସ୍ଥାନାନ୍ତର ପାଇଁ ଅଂଚଳବାସୀମାନେ ଦାବୀ କରିଛନ୍ତି ।