କୋଭିଡ ଟିକାକରଣ ସମ୍ବନ୍ଧୀୟ ପ୍ରାକ ପ୍ରସ୍ତୁତି କର୍ମଶାଳା

0 70

ସୋନପୁର :ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧକ୍ଷତାରେ କୋଭିଡ଼ ୧୯ ଟୀକାକରଣର ପ୍ରାକପ୍ରସ୍ତୁତି ସମ୍ବନ୍ଧୀୟ ଦ୍ୱୀତିୟ କର୍ମଶାଳା ଓ ପୋଲିଓ ଟିକାକରଣର ପଥମ କର୍ମଶାଳା ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦିଲ୍ଲୀପ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ଡାକ୍ତର ନବକିଶୋର ବେହେରା କୋଭିଡ ୧୯ ଟିକାକରଣର ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ପ୍ରସ୍ତୁତି ଏବଂ ନିୟମାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ଭିଲାନ୍ସ ଅଧିକାରୀ ଡାକ୍ତର ଅବନିନ୍ଦ୍ର ସାହୁ ପ୍ରସ୍ତୁତି ଚାଲିଥିବା ଟିକାର ବର୍ତମାନର ସ୍ଥିତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଆଗାମୀ ବର୍ଷ ମଧ୍ୟଭାଗରେ କୋଭିଡ ୧୯ ର ଟିକାକରଣ ହେବାର ସମ୍ଭାବନା ଥିବାରୁ ଜିଲାର ସମସ୍ତ ବିଭାଗର ଏହି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଜିଲାପାଳ ଆହ୍ୱାନ କରିଥିଲେ ।
ଏହି ବୈଠକରେ ଗୋଷ୍ଟି ଉନ୍ନୟନ ଅଧିକାରୀ ମାନଙ୍କୁ କୋଭିଡ୍ ଟିକାକରଣର ସମ୍ପୁର୍ଣ୍ଣ ଦାୟୀତ୍ୱ ପ୍ରଦାନ କରାଗଲା । ପ୍ରତ୍ୟେକ ସପ୍ତାହ ବୁଧବାର ସଂଧ୍ୟାରେ ଜିଲ୍ଲା ଟାସ୍କଫୋର୍ସ୍ ମିଟିଂ କରିବାକୁ ସ୍ଥିର କରାଗଲା । ସେହି ଅନୁସାରେ ପ୍ରତ୍ୟେକ ସପ୍ତାହ ବ୍ଲକ ଟାକ୍ସଫୋର୍ସ ମିଟିଂ ମଧ୍ୟ ଅନୁଷ୍ଠିତ ହେବ । ଟିକାକରଣ ସ୍ଥାନ ଚିହ୍ନଟ ଓ ଟିକାକରଣ ଅଧିକାରୀ ଚୟନ ପ୍ରକ୍ରିୟା ଆସନ୍ତା ୩୦ ତାରିଖ ପୂର୍ବରୁ ସାରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ସମ୍ପୁର୍ଣ୍ଣ ଟିକାକରଣ କାର୍ଯ୍ୟକ୍ରମରେ ପଂଚାୟତ ପ୍ରତିନିଧିମାନଙ୍କୁ ସାମିଲ କରେଇବାକୁ ନିର୍ଦ୍ଦେଶ ଦିଆଗଲା ।

hiring

ଏହି କର୍ମଶାଳାରେ ଉପଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଆରକ୍ଷୀ ଅଧିକ୍ଷକ ଡି ପି ଦାଶ, ସୁବର୍ଣ୍ଣପୁର, ପ୍ରକଳ୍ପ ର୍ନିେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଡୋଳମଣୀ ପଟେଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲା କ୍ରୀଡା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଆର୍ ଟି ଓ, ସୋନପୁର, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଅଧକ୍ଷ ସୋନପୁର ମହାବିଧ୍ୟାଳୟ, ଅଧକ୍ଷ ବିଜୁପଟ୍ଟନାୟକ ମହିଳା ମହାବିଧ୍ୟାଳୟ, ଅଧକ୍ଷ ସୁକାନ୍ତି ଏକାଡେମୀ ସୋନପୁର, ନିର୍ବାହୀ ଯନ୍ତ୍ରୀ ୱେସ୍କୋ, ନିର୍ବାହୀ ଅଧିକାରୀ ପୌରପାଳିକା, ସୋନପୁର , ସମସ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ପରିଚାଳକ ଏବଂ ଜିଲ୍ଲାର ସମସ୍ତ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ସରକାରଙ୍କ ଏହି ପ୍ରୟାସରେ ନିଜକୁ ଓ ନିଜ ବିଭାଗକୁ ସାମିଲ କରିବାକୁ ସମ୍ମତି ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen − 8 =