ବୌଦ୍ଧ,୩/୧- ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅଂଚଳ କଲରାଝୁଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜମି ବିବାଦକୁ ନେଇ ବାପପୁଅର ଗଣ୍ଡଗୋଳ ମଧ୍ୟରେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଲରାଝୁଲି ଗ୍ରାମର ଭଗବାନ ନାଏକଙ୍କ ଦୁଇଟି ସ୍ତ୍ରୀ । ସେ ଦ୍ୱିତୀୟ ସ୍ତ୍ରୀ ନିକଟରେ ରହୁଥିବା ବେଳେ ପ୍ରଥମ ସ୍ତ୍ରୀର ପୁଅ କୃଷ୍ଣ ନାଏକଙ୍କ ସହ ଜମିଜମା ଭାଗବଣ୍ଟାକୁ ନେଇ ଝଗଡା ହୋଇଥିଲା । ବାପ ପୁଅ ଉଭୟେ ଉଭୟଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାର୍କୁ ନିଆଯାଇଥିଲା । ସେଠାରେ ଭଗବାନ ନାଏକ ମୃତ୍ୟୁବରଣ କରିଥିବାବେଳେ ଦ୍ୱିତୀୟ ପତ୍ନୀଙ୍କ ପୁତ୍ର କୃଷ୍ଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଏ ସମ୍ପର୍କରେ ମନମୁଣ୍ଡା ଥାନାରେ ଦୁଇଟି ପୃଥକ୍ ମାମଲା ରୁଜୁ କରାଯାଇ ପୋଲିସ୍ ତଦନ୍ତ କରୁଥିବା ଜଣାପଡିଛି ।