ନିର୍ଭୁଲ ତଥ୍ୟ ହୋଇପାରୁନି ସଂଗ୍ରହ, ଶିକ୍ଷକ ପଦୋନ୍ନତିରେ ବିଳମ୍ବ !

0 869

ବୌଦ୍ଧ,୫/୧ – ବୌଦ୍ଧ ଶିକ୍ଷାଜିଲ୍ଲାରେ ଶିକ୍ଷକ ପଦୋନ୍ନତିରେ ବିଳମ୍ବ ହେଉଥିବାରୁ ପଦୋନ୍ନତିକୁ ଅପେକ୍ଷା କରିଥିବା ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ସଠିକ୍‌ ତଥ୍ୟ ସଂଗ୍ରହ ହୋଇପାରୁନଥିବା ହେତୁ ପଦୋନ୍ନତି ପ୍ରକ୍ରିୟାରେ ବିଳମ୍ବ ହେଉଥିବା ଶୁଣିବାକୁ ମିଳେ । କେଉଁ ବିଦ୍ୟାଳୟରେ ବିଭିନ୍ନ ବର୍ଗର କେତେ ଜଣ ଶିକ୍ଷକ ଅଛନ୍ତି ଓ କେଉଁ ବର୍ଗର କେତେ ପଦବୀ ଖାଲି ଅଛି ତାହାର ତଥ୍ୟ ନିର୍ଦ୍ଦେଶାଳୟରୁ ମଗାଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ବୌଦ୍ଧଜିଲ୍ଲା ଶିକ୍ଷା ବିଭାଗ ନିର୍ଦ୍ଧାରିତ ଫର୍ମରେ ପ୍ରଦାନ କରାଯାଇ ପାରିନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ମାସ ତଳେ ଲେଭେଲ୍‌ ୫ (ବି)କୁ ପଦୋନ୍ନତି ପାଇଥିବା ଶିକ୍ଷକ ମାନଙ୍କ ଗ୍ରେଡେସନ୍‌ ଲିଷ୍ଟରେ ମଧ୍ୟ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ବର୍ତ୍ତମାନ ସବୁବର୍ଗର ଶିକ୍ଷକ ମାନଙ୍କ ସ୍ଥିତାବସ୍ଥା ସମ୍ପର୍କୀୟ ତଥ୍ୟ ନିର୍ଦ୍ଦେଶାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ କେବେ ପ୍ରଦାନ କରିବେ ଓ କେବେ ପଦୋନ୍ନତି ହେବ ସେନେଇ ଶିକ୍ଷକମାନେ ସନ୍ଦିହାନରେ ଅଛନ୍ତି ।

hiranchal ad1
Leave A Reply

Your email address will not be published.

2 × one =