ନିଜେ ଝାଡୁ ମାରି ସଚେତନ କଲେ ତହସିଲଦାର

0 147

ଦାରିଙ୍ଗବାଡି,୬/୧: ଦାରିଙ୍ଗବାଡି ଅଞ୍ଚଳକୁ ପଲିଥିନ ମୁକ୍ତ କରିବା ପାଇଁ ଦାରିଙ୍ଗବାଡି କୁଇକୁଳ ସମିତି ପକ୍ଷରୁ ଦାରିଙ୍ଗବାଡି ଠାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ପ୍ରମୁଖ ଯୋଗଦେଇ ଅଂଚଳକୁ ପଲିଥିନ ମୁକ୍ତ କରିବାପାଇଁ ଆହ୍ୱାନ ଦେଇଥିଲେ । କୁଇକୁଳ ସମିତିର ସଦସ୍ୟମାନେ ଚାଙ୍ଗୁ ବାଇଦ ବଜାଇ ଲୋକଙ୍କୁ ସଚେତନ ମଧ୍ୟ କରିଥିଲେ । ଦାରିଙ୍ଗବାଡିର ତିନି ଛକ,ଚାରିଛକ,ବସଷ୍ଟାଣ୍ଡ,ବ୍ଲକ ରୋଡ଼ ସମେତ ଦାରିଙ୍ଗବାଡି ମୁଖ୍ୟ ବଜାରରେ ଚାଙ୍ଗୁ ବାଇଦ ବଜାଇବା ସହ ରାସ୍ତାରେ ଝାଡୁ ମାରି ଦାରିଙ୍ଗବାଡିକୁ ପଲିଥିନ ମୁକ୍ତ କରିବା ପାଇଁ ଆହ୍ୱାନ ଦେବା ସହ ଲୋକଙ୍କୁ ସଚେତନ କରିଥିଲେ । ଏଥିରେ ଦାରିଙ୍ଗବାଡି ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲ୍ଲିିକ ସହିତ ତହସିଲ କାର୍ଯ୍ୟାଳୟର ବିଜୟ କୁମାର ବେହେରା, ବିଚିତ୍ର ମଲ୍ଲିକ, କେଦାର ପ୍ରସାଦ ସାହୁ, ଉମା ଶଙ୍କର ଖଣ୍ଡଗିରି ଏବଂ ଅନ୍ୟ କର୍ମଚାରୀ ବସଷ୍ଟାଣ୍ଡ ଅଂଚଳରେ ହୋଇଥିବା ଅଳିଆ ଆବର୍ଜନାକୁ ଝାଡୁମାରି ସଫା କରିବା ସହିତ ନିଆଁ ଲଗାଇ ପୋଡିଥିଲେ । ଦାରିଙ୍ଗବାଡି ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ଦାରିଙ୍ଗବାଡିରେ ଭିଡ଼ ଜମିଥାଏ । ଅଂଚଳରେ ପଲିଥିନର ମାତ୍ରା ବୃଦ୍ଧି ପାଇବା ଫଳରେ ଦାରିଙ୍ଗବାଡିର ରହିଥିବା ସବୁଜିମା ପରିବେଶ ଧୀରେ ଧୀରେ ଦୂଷିତ ହେବାରେ ଲାଗିଲାଣି । ଏପରିକି ପଲିଥିନ ବ୍ୟବହାରର ବୃଦ୍ଧି ଯୋଗୁଁ ପର୍ଯ୍ୟଟନ ସ୍ଥଳୀ ଗୁଡିକ ଅଳିଆ ଆବର୍ଜନା ହେବା ସହ ମାର୍କେଟ ଅଂଚଳର ଚାରିଆଡେ ପଲିଥିନ ପଡିରହୁଛି । ଏଣୁ ଅଂଚଳକୁ ପଲିଥିନ ମୁକ୍ତକରିବା ଦ୍ୱାରା ପର୍ଯ୍ୟଟନସ୍ଥଳୀ ସହ ବଜାର ଅଂଚଳ ସଫାସୁତୁରା ହୋଇରହିବ ବୋଲି ସମିତି ତରଫରୁ ଏହି ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା । କୁଇକୂଳ ସମିତି ସଭାପତି ଶ୍ରୀ ଅଜୟ ପଡ୍ରା , ସମ୍ପାଦକ ଇନ୍ଦ୍ରମଣି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପଡ୍ରା ବୁଲୁ ଦିିଗାଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

four + nine =