ବୌଦ୍ଧ,୯/୧ – ଆଜି ସକାଳେ ଜାତୀୟ ରାଜପଥ ନମ୍ବର ୫୭ର ମନମୁଣ୍ଡା ବାଇପାସ୍ ରାସ୍ତାରେ ଗୋଟିଏ ବଲେରୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ନୂତନ ନିର୍ମିତ ମନମୁଣ୍ଡା ବାଇପାସ୍ ରାସ୍ତାରେ ମନମୁଣ୍ଡା ଗାନ୍ଧୀ ଛକ ନିକଟରୁ ଗୁଡଭେଲିପଦର ଗ୍ରାମ ପଞ୍ଚାୟତ ଡଂଗାଝୋଲ ଗ୍ରାମକୁ ବାଇକ ଯୋଗେ ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ବଲେରୋ ଓଡି ୦୨ ଜେ ୪୧୫୧ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଗୋପିନାଥ ନାଏକ (୬୦)ଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ବଲେରୋକୁ ପୋଲିସ୍ ଛାଡି ଦେବାକୁ ଚେଷ୍ଟା କରୁଥିବା ସନ୍ଦେହ କରି ଜନସାଧାରଣରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ୍ ବଲେରୋକୁ ପରେ ଜବତ୍ କରିଥିଲା । ସେହିପରି ମନମୁଣ୍ଡା ପୋଲିସ୍ ଶବକୁ ଜବତ୍ କରି ମନମୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ କରାଯିବାରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି । ପରିବାର ବର୍ଗ ଓ ସ୍ଥାନୀୟ ଜନସାଧାରଣ ଜାତୀୟ ରାଜପଥ ନମ୍ବର ୫୭ କୁ ଅବରୋଧ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି ।