ହରିଶଙ୍କର ଠାରେ ଜୟ କିଷାନ ଆନ୍ଦୋଳନ ବଲାଙ୍ଗୀରର ଆହ୍ୱାନ

0 75

ଖପ୍ରାଖୋଲ,୧୦/୧- ହରିଶଙ୍କରସ୍ଥିତ ଟି. ଆର. ସି. ବିଲଡିଂ ଠାରେ ଜୟ କିଷାନ ଆନ୍ଦୋଳନର ଆବାହକ ଶ୍ରୀ ସତ୍ୟ ବନଛୋରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କୁନି ଚାଷୀ ସୋମ ବନଛୋର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏଥିରେ କୃଷି ଓ କୃଷକ ଶୋଷଣ ନୀତିକୁ ବିରୋଧ, କୃଷିକୁ କମ୍ପାନୀ କରଣ ବିରୋଧ ,୨୦୨୦ କୃଷି ଆଇନ ତିନିଟି କୁ ପ୍ରତ୍ୟାହାର, ଏମ. ଏସ. ପି. କୁ ଆଇନଗତ ମାନ୍ୟତା ଓ ସୁରକ୍ଷା,ପାରମ୍ପରିକ ଚାଷକୁ ଗୁରୁତ୍ୱ ପ୍ରଦାନ, ଚାଷୀର ଉତ୍ପାଦନ ଦ୍ରବ୍ୟକୁ ଉଚିତ ମୂଲ୍ୟ , ଚାଷୀକୁ ସମ୍ମାନ, ଚାଷୀକୁ ଭତ୍ତା ପ୍ରଦାନ ,ଚାଷୀ ମାନଙ୍କୁ ବୀମା ରାଶି ପ୍ରଦାନ ଦାବୀ ତଥା ଅଞ୍ଚଳର ତୃଣମୂଳସ୍ତରରୁ ଲାଗିରହିଥିବା କୃଷି ଓ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ସହ ତାର ସମାଧାନ ବିଷୟରେ ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ଖପ୍ରାଖୋଲ ବ୍ଲକରେ ସଂଗଠନକୁ ତୃଣ ସ୍ଥରରୁ ମଜବୁତ କରିବାକୁ ଆହ୍ୱାନ ସହ କୃଷି ଓ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବାକୁ ନିଷ୍ପତ୍ତି । ବୈଠକରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତିର ଆବାହକ ରମେଶ ମହାପାତ୍ର, ସମ୍ମାନିତ ଅତିଥି ଭାବରେ ଅଶୋକ ସାହୁ , ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସୌରୀ କୁମାର ସାହୁ, ଜୟ କିଷାନ ଆନ୍ଦୋଳନର ମୁଖପାତ୍ର ଗିରିଧାରୀ ଭୋଇ, ବ୍ୟାସଦେବ ଥନାପତି ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଆଜିର ସଭାକୁ ସୌରୀ କୁମାର ସାହୁ ସଂଚାଳନ କରିଥିବାବେଳେ ଟିକେଶ୍ୱର ଧରୁଆ, ଇନ୍ଦ୍ରମଣି ସାହୁ, ରାଜକିଶୋର ଛତ୍ରିଆ, ସଞ୍ଜୀବ ଶର୍ମା, ନାଗ ,ବିଶ୍ୱଜିତ ପଧାନ, ଧର୍ମରାଜ ବରିହା ,ଯଶୋବନ୍ତ ବରିହା,ପାଣ୍ଡବ ବରିହା,କୈଳାଶ ବାରିକ,ପ୍ରଶାନ୍ତ ପ୍ରଧାନ, ସୁରେଶ ପଣ୍ଡା,ଗଜରାଜ ନାଗ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୬ଜାନୁୟାରୀରେ ଜୟ କିଷାନ ଆନ୍ଦୋଳନ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ ଓ ଟ୍ରାକ୍ଟର ରେଲି ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

hiranchal ad1
Leave A Reply

Your email address will not be published.

6 + 9 =