ସୋନପୁର,୧୬/୦୧- ଆଜି ସୁବର୍ଣ୍ଣପୁର ଜିଲ୍ଲାରେ କୋଭିଡ଼ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରୁ ଟିକାକରଣର ଶୁଭାରମ୍ଭ କରିବା ପରେ ପର୍ଯ୍ୟାୟକ୍ରମେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୪୯୫୬ଜଣ ବିଭିନ୍ନ ବର୍ଗର ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୩୬୫୦ଟିକା ପହଞ୍ଚିଛି । ଯାହାକି ପର୍ଯ୍ୟାୟକ୍ରମେ ୭ଦିନ ମଧ୍ୟରେ ଏସମସ୍ତଙ୍କୁ ଟିକାକରଣ କରାଯିବ ତଥା ଆଗାମୀ ଦିନରେ ଜିଲ୍ଲାର ଆଉ ୪ଟି ସିଏଚସି ରେ ମଧ୍ୟ ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ଜିଲ୍ଲାପାଳ ମୋନିଷା ବାନାର୍ଜୀ ପ୍ରକାଶ କରିଛନ୍ତି । ଆଜି ପ୍ରଥମ ଟିକାକରଣ ଜଣେ ସଫେଇ କର୍ମଚାରୀଙ୍କ ଠାରୁ ଆରମ୍ଭ ହୋଇଛି ।