ବୌଦ୍ଧ,୧୭/୧ – ଆଜି ଭୋର ପ୍ରାୟ ୫ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ରାଜନପାଲି ଛକ ନିକଟରେ ଗୋଟିଏ ବାଇକକୁ ଏକ ପିକ୍ଅପ୍ ଗାଡି ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୫ ଣ୍ଟା ସମୟରେ ରାଜନପାଲି ଛକ ନିକଟ ପୋଲିସ୍ କେଣ୍ଟିନ ସାମ୍ନାରେ ମାଂସ ଦୋକାନ ଖୋଲିବା ପାଇଁ ଯାଉଥିବା ବୌଦ୍ଧ ସହର ମୁସଲିମ ପଡାର ଅଲ୍ଲୀ ଆକବର ଖାନ୍ (୫୦) ଓ ତାଙ୍କ ଘରେ ରହୁଥିବା ଆଠମଲିକର ଆୟାନ ଖାନ୍ (୧୮) ଏକ ବାଇକ ଯୋଗେ ଯାଉଥିଲେ ।
ଏ ସମୟରେ ଚାରିଛକ ପଟରୁ ବୌଦ୍ଧ ଆଡକୁ ଆସୁଥିବା ଏକ ମହିନ୍ଦ୍ରା ପିକ୍ଅପ୍ ଓଡି ୦୨ ଏ ୨୫୨୭ ଜୋର୍ରେ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ୧୦୮ ଆମ୍ବୁଲାନସ୍ ଯୋଗେ ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତର୍ି କରାଯାଇଥିଲା । ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନା ପଠାଯାଇଛି । ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ପିକ୍ଅପ୍କୁ ଜବତ୍କରି ତଦନ୍ତ ଚଳାଇଥିବା ଜଣାପଡିଛି ।