ପ୍ରଧାନମନ୍ତ୍ରୀ ଆବାସରେ ରାସ୍ତା ସାଜିଛି ବାଧକ

0 146

ହରଭଙ୍ଗା : ପାହାଡ ଉପରେ ବସତି ଘଞ୍ଚ ଜଙ୍ଗଲ ଭିତରେ ଏକୁଟିଆ ଜୀବନ । କେହି ନାହିଁ ସାହା ଭରଷା । ହ୍ରିଂସଜନ୍ତୁଙ୍କ ଭୟ, ଆତଙ୍କ ଭିତରେ କଟୁଛି ଦିନ । ବଣଜଙ୍ଗଲ ଘେରା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ପଞ୍ଚାୟତର ପାହାଡ ଉପରେ ଛୋଟିଆ ଗାଁ ମାରାଡି । ଗାଁରେ ୧୦ଟି ପରିବାର ବାସ କରୁଥିବା ବେଳେ ମୋଟ ଜନ ସଂଖ୍ୟା ୫୦ । ନାଁ ଯେମିତି ତାର ଭାଗ୍ୟ ବି ସେମିତି । ବିକାଶର ସବୁଠାରୁ ବଡ ବାଧକ ହେଉଛି ରାସ୍ତା । ହରଭଙ୍ଗା ପଞ୍ଚାୟତର ଦୁର୍ଗମ ପାହାଡ ଶିଖରରେ ରହିଛି ଏହି ଗାଁ । ଏଠାରେ ପହଞ୍ଚିବାକୁ ହେଲେ ଅନ୍ୟୁନ୍ୟ ୮କିମି ପର୍ଯ୍ୟନ୍ତ ପାହାଡ ଚଢିବାକୁ ପଡେ । ଏପ୍ରକାର ପରିସ୍ଥିତିରେ ବିକାଶର ଆଲୋକ ସେଠି ପହଞ୍ଚିବ କେମିତି । ରାସ୍ତା ଅଭାବରୁ ପାନୀୟଜଳ, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ଭଳି ମୌଳିକ ସୁବିଧାରୁ ଗ୍ରାମବାସୀମାନେ ଆଜିଯାଏ ବଞ୍ଚିତ ହୋଇ ରହିଛନ୍ତି । ସୂଚନାନୁଯାୟୀ ୨୦୨୦-୨୧ ଆର୍ଥୀକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାରାଡି ଗ୍ରାମର ୭ଜଣ ହିତାଧିକାରୀ ସର୍ବଶ୍ରୀ ବିଷ୍ଣଜାନୀ, ଅମ୍ବିକା ଜାନୀ, ଉଦ୍ଧବ ଜାନୀ, ବଳଭଦ୍ର ଜାନୀ, ବୌଧାଇ ଜାନୀ, ଭଞ୍ଜ ଜାନୀ ଓ ରେବତୀ ଜାନୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ପାଇଁ ହିତାଧିକାରୀଙ୍କୁ ହରଭଙ୍ଗା ବ୍ଲକ ପକ୍ଷରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏ ବାବଦରେ ହିତାଧିକାରୀଙ୍କ ପ୍ରଥମ କିସ୍ତି ବାବଦକୁ ୨୦ ହଜାର ଟଙ୍କାର ଅଗ୍ରୀମ ପ୍ରଦାନ କରାଯାଇଛି । ମାତ୍ର ଦୀର୍ଘଦିନ ଧରି ହିତାଧିକାରୀମାନେ ଅର୍ଥ ପାଇଁ ମଧ୍ୟ ଘର ନିର୍ମାଣ କରିପାରୁନାହାନ୍ତି । କାରଣ ପାହାଡି ରାସ୍ତା ଯୋଗୁଁ ଗାଡି ମୋଟର ଯାଇପାରୁନାହିଁ । ଏଣୁ ଗୃହ ନିର୍ମାଣରେ ରାସ୍ତା ସାଜିଛି ବାଧକ । ବର୍ତ୍ତମାନ ହିତାଧିକାରୀମାନେ ଚିନ୍ତା ପଡିଥିବା ଶୁଣିବାକୁ ମିଳୁଛି । ଘର ନିର୍ମାଣ ପାଇଁ ରାସ୍ତା ନଥିବାରୁ ହରଭଙ୍ଗା ବଜାରରୁ ଘର ନିର୍ମାଣ ପାଇଁ ସିମେଣ୍ଟ, ଚିପ୍‌ସ, ବାଲି, ଇଟା ଆଦି ସାମଗ୍ରୀ ଯାଇପାରୁ ନାହିଁ । ଫଳରେ ଘର ନିର୍ମାଣ ବିଳମ୍ବ ହେଉଥିବାରୁ ହିତାଧିକାରୀମାନେ ସରକାରୀ ବୋନସ ସାହାଯ୍ୟରୁ ବଞ୍ଚିତ ହେବେ । ଏ ବାବଦରେ ହିତାଧିକାରୀମାନେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହି ଗ୍ରାମରେ ଶୁଦ୍ଧ ପାନୀୟ ଜଳ କୌଣସି ବ୍ୟବସ୍ଥା ନାହିଁ । ଗାଧୋଇବା ପାଇଁ ଏକ ପାହାଡି ନାଳ ଥିବା ବେଳେ ତାହା ଉପରେ ଗ୍ରାମବାସୀ ମାନେ ନିର୍ଭର କରୁଛନ୍ତି । ଗ୍ରାମରେ କେହିଁ ରୋଗାକ୍ରାନ୍ତ ହେଲେ ଗୁଣିଗାରେଡି ଉପରେ ନିର୍ଭର କରୁନ୍ତି । ରାସ୍ତା ନଥିବାରୁ ଗ୍ରାମବାସୀମାନେ ସବୁ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ବୃଦ୍ଧବୃଦ୍ଧା ଚାଉଳ କିମ୍ବା ଭତ୍ତା ଆଣିବାକୁ ହେଲେ ପାହାଡରୁ ଓହ୍ଲାଇ ଦମଣ୍ଡା ଗ୍ରାମରେ ପହଞ୍ଚିବା ପରେ ପୁଣି ଅନ୍ୟ ଏକ ପାହାଡ ଚଢି ହରଭଙ୍ଗା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ । ଯିବା ଆସିବା ପାଇଁ ପ୍ରାୟ ୨ ଦିନ ଲାଗେ । ଏବାବଦରେ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରାଙ୍କୁ ପଚାରିବାରୁ ଜଙ୍ଗଲି ରାସ୍ତା ଥିବାରୁ ଏଦିଗରେ ଜିଲ୍ଲା ପ୍ରଶାସନକୁ ଅବଗତ କରିଛୁ । ଏଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି ।

hiring

ଏ ବାବଦରେ ହିତାଧିକାରୀଙ୍କ ପ୍ରଥମ କିସ୍ତି ବାବଦକୁ ୨୦ ହଜାର ଟଙ୍କାର ଅଗ୍ରୀମ ପ୍ରଦାନ କରାଯାଇଛି । ମାତ୍ର ଦୀର୍ଘଦିନ ଧରି ହିତାଧିକାରୀମାନେ ଅର୍ଥ ପାଇଁ ମଧ୍ୟ ଘର ନିର୍ମାଣ କରିପାରୁନାହାନ୍ତି । କାରଣ ପାହାଡି ରାସ୍ତା ଯୋଗୁଁ ଗାଡି ମୋଟର ଯାଇପାରୁନାହିଁ । ଏଣୁ ଗୃହ ନିର୍ମାଣରେ ରାସ୍ତା ସାଜିଛି ବାଧକ । ବର୍ତ୍ତମାନ ହିତାଧିକାରୀମାନେ ଚିନ୍ତା ପଡିଥିବା ଶୁଣିବାକୁ ମିଳୁଛି । ଘର ନିର୍ମାଣ ପାଇଁ ରାସ୍ତା ନଥିବାରୁ ହରଭଙ୍ଗା ବଜାରରୁ ଘର ନିର୍ମାଣ ପାଇଁ ସିମେଣ୍ଟ, ଚିପ୍‌ସ, ବାଲି, ଇଟା ଆଦି ସାମଗ୍ରୀ ଯାଇପାରୁ ନାହିଁ । ଫଳରେ ଘର ନିର୍ମାଣ ବିଳମ୍ବ ହେଉଥିବାରୁ ହିତାଧିକାରୀମାନେ ସରକାରୀ ବୋନସ ସାହାଯ୍ୟରୁ ବଞ୍ôଚତ ହେବେ । ଏ ବାବଦରେ ହିତାଧିକାରୀମାନେ ପଞ୍ଚାୟତ କର୍ତ୍ତ୍ପ ଓ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହି ଗ୍ରାମରେ ଶୁଦ୍ଧ ପାନୀୟ ଜଳ କୌଣସି ବ୍ୟବସ୍ଥା ନାହିଁ । ଗାଧୋଇବା ପାଇଁ ଏକ ପାହାଡି ନାଳ ଥିବା ବେଳେ ତାହା ଉପରେ ଗ୍ରାମବାସୀ ମାନେ ନିର୍ଭର କରୁଛନ୍ତି । ଗ୍ରାମରେ କେହିଁ ରୋଗାକ୍ରାନ୍ତ ହେଲେ ଗୁଣିଗାରେଡି ଉପରେ ନିର୍ଭର କରୁନ୍ତି । ରାସ୍ତା ନଥିବାରୁ ଗ୍ରାମବାସୀମାନେ ସବୁ ପ୍ରକାର ସୁବିଧା ସୁଯୋଗରୁ ବଞ୍ôଚତ ହେଉଛନ୍ତି । ବୃଦ୍ଧବୃଦ୍ଧା ଚାଉଳ କିମ୍ବା ଭତ୍ତା ଆଣିବାକୁ ହେଲେ ପାହାଡରୁ ଓହ୍ଲାଇ ଦମଣ୍ଡା ଗ୍ରାମରେ ପହଞ୍ôଚବା ପରେ ପୁଣି ଅନ୍ୟ ଏକ ପାହାଡ ଚଢି ହରଭଙ୍ଗା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ । ଯିବା ଆସିବା ପାଇଁ ପ୍ରାୟ ୨ ଦିନ ଲାଗେ । ଏବାବଦରେ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରାଙ୍କୁ ପଚାରିବାରୁ ଜଙ୍ଗଲି ରାସ୍ତା ଥିବାରୁ ଏଦିଗରେ ଜିଲ୍ଲା ପ୍ରଶାସନକୁ ଅବଗତ କରିଛୁ । ଏଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 1 =