ବୌଦ୍ଧରେ ସଡକ ସୁରକ୍ଷା ସଚେତନତା ରଥକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

0 607

ବୌଦ୍ଧ,୧୮/୧: ଆଜିଠାରୁ ଜାତୀୟ ସଡକ ସୁରକ୍ଷା ମାସ ଆରମ୍ଭ ହେଉଥିବାବେଳେ ବୌଦ୍ଧଜିଲ୍ଲାରେ ମଧ୍ୟ ଜିଲ୍ଲା ସଡକ ସୁରକ୍ଷା ସମିତି ତରଫରୁ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ସର୍କିଟ ହାଉସଠାରୁ ବାହାରିଥିବା ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ, ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ କୁମାର ପାତ୍ର, ମୋଟର ଯାନ ନିରୀକ୍ଷକ ଭାଗିରଥୀ ନାୟକ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ସାଲଖୁ ମୁର୍ମୁ, ରେଡକ୍ରସର ପ୍ରବୀର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବୌଦ୍ଧ ପଞ୍ଚାୟତ କଲେଜ ଓ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଡକ ସୁରକ୍ଷା ଉପରେ ବିଭିନ୍ନ ସ୍ଳୋଗାନ ଥିବା ପ୍ଲାକାର୍ଡ ଧରି ସାଇକେଲ ଶୋଭାଯାତ୍ରାରେ ସର୍କିଟ ହାଉସଠାରୁ ବାହାରି ସହର ପରିକ୍ରମାକରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ରଥ ଜିଲ୍ଲାସାରା ୧ମାସ ଧରି ବୁଲିବା ସହିତ ଗାଡି ଚଲାଇବାବେଳେ ମୁଣ୍ଡରେ ହେଲମେଟ ପରିଧାନ, ମୋବାଇଲରେ କଥାହୋଇ ଗାଡି ନଚଲାଇବା, ଧୀରଗତିରେ ଗାଡିକୁ ଚଲାଇବା, ଟ୍ରାଫିକ ନିୟମକୁ ମାନି ଗାଡି ଚଲାଇବା ଆଦି ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରୁଛି ।

hiranchal ad1
Leave A Reply

Your email address will not be published.

15 + 9 =