ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ

0 1,848

ବୌଦ୍ଧ,୧୯/୧ – ଆଜି ମଣ୍ଡିରେ ବେଆଇନ୍‌ ଧାନ କାରବାର ଉପରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢାଉ କରିଥିଲା । ଏ କ୍ରମରେ ଉପ-ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେରଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ବୌଦ୍ଧ ବ୍ଲକ୍‌ ବହିରା ସେବା ସମବାୟ ସମିତିର ଧାନ ମଣ୍ଡିରେ ପହଞ୍ଚିଥିଲେ । ଏ ସମୟରେ ଦିନ ରାତି ଧରି ନିଜ କଷ୍ଟ ଉପାର୍ଜିତ ଧାନକୁ ବିକିବାପାଇଁ ପଡିରହିଛନ୍ତି । ଯୋଗାଣ ବିଭାଗ ପକ୍ଷରୁ ପ୍ରେରିତ ଟୋକନ ଅନୁଯାୟୀ ଆବଶ୍ୟକ ଟ୍ରକ ମିଲରମାନେ ପଠାଉନଥିବା ହେତୁ ଧାନମଣ୍ଡିରୁ ଧାନ ଉଠି ପାରୁନାହିଁ । ଚାଷୀଙ୍କ ମନରେ ପୁଞ୍ଜିଭୁତ ଅସନ୍ତୋଷ ଉଗ୍ରରୁପ ଧାରଣ କରିଥିଲା । ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ମଣ୍ଡିରେ ଦେଖିବା ପରେ ତାଙ୍କ ଉପରେ ରୋଷକରି ଘେରିଥିଲେ । ଆବଶ୍ୟକ ଟ୍ରକ୍‌ ମଣ୍ଡିକୁ କାହିଁକି ପଠାଯାଉ ନାହିଁ ବୋଲି ଅଡି ବସିଥିଲେ । ସମିତି ସମ୍ପାଦକଙ୍କ ଉପରେ ଦୋଷ ଲଦିବାକୁ ଉଦ୍ୟମ କରିଥିଲେ ଶ୍ରୀ ଆଚାର୍ଯ୍ୟ କିନ୍ତୁ ଚାଷୀ ନଛୋଡବନ୍ଧା ହୋଇଥିଲେ । ସମ୍ପାଦକଙ୍କୁ ଦୋଷ ନଦେଇ ମଣ୍ଡି ସମସ୍ୟାର ସମାଧାନ କରିବାକୁ ଚାଷୀମାନେ କହିଥିଲେ । ମଣ୍ଡିରେ ଥିବା ୧୦ ହଜାରରୁ ଅଧିକ ବସ୍ତା ଧାନକୁ ତୁରନ୍ତ ମିଲକୁ ଟ୍ରକ ଯୋଗାଇ କ୍ରୟ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଚାଷୀ ଶାନ୍ତ ହୋଇଥିଲେ । ବିଭିନ୍ନ ମଣ୍ଡିରେ ଚାଷୀମାନଙ୍କ ହଜାର ହଜାର ବସ୍ତା ଧାନ ଦିନ ଦିନ ଧରି ପଡି ରହୁଥିବା ସତ୍ତେ୍ୱ ଆବଶ୍ୟକ ଟ୍ରକ୍‌ ବ୍ୟବସ୍ଥା ହେଉ ନଥିବା ଯୋଗୁଁ ଚାଷୀ ଅସନ୍ତୋଷ ବ୍ରୁଦ୍ଧି ପାଉଛି ।

hiranchal ad1
Leave A Reply

Your email address will not be published.

fifteen − five =