ଚଳନ୍ତା ଅଟୋରୁ ଝାମ୍ପିନେଲେ ଦୁବୃର୍ତ୍ତ ୫୦ହଜାର ଟଙ୍କା

0 351

ବାଲିଗୁଡ଼ା,୨୦/୧: ଚଳନ୍ତା ଅଟୋରୁ ବାଇକ୍‌ରେ ଆସି ୨ଜଣ ଲୁଟେରା ଝାମ୍ପିନେଲେ ୫୦ହଜାର ଟଙ୍କା । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ସିର୍ତ୍ତିଗୁଡା ଅଞ୍ଚଳରେ । ସୂଚନା ପ୍ରକାରେ ଗତକାଲି ସର୍ତ୍ତିର୍ିଗୁଡ଼ା ସ୍ୱର୍ଣ୍ଣପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସଞ୍ଜୁକ୍ତା ବିଶ୍ୱାଳ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବାବଦକୁ କ.ନୂଆଗାଁ ଷ୍ଟେଟ୍‌ବ୍ୟାଙ୍କ୍‌ରୁ ୫୦ହଜାର ଟଙ୍କା ଉଠାଇ ଏକ ଅଟୋ ସାହାଯ୍ୟରେ ସ୍କୁଲକୁ ଫେରୁଥିଲେ । ସେହି ସମୟରେ ଗୋଟିଏ ହୋଣ୍ଡା ୟୁନିକର୍ଣ୍ଣ ମୋଟରସାଇକେଲରେ ଦୁଇଜଣ ଦୁବୃତ୍ତ ଦୃତ ଗତିରେ ଆସି କ.ନୂଆଗାଁ ଥାନା ଗୁଞ୍ଜିଗାଁ ନିକଟରୁ ଚଳନ୍ତା ଅଟୋରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଠାରୁ ଟଙ୍କା ଥିବା ଭ୍ୟାନିଟି ଝାମ୍ପି ଦାରିଙ୍ଗବାଡ଼ି ଆଡ଼କୁ ଚାଲିଯାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିକଟରୁ ଖବରପାଇ ସ୍ଥାନୀୟ ଲୋକ ଓ ସ୍କୁଲ୍‌ କର୍ମଚାରୀ ଲୁଟେରାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଟକାଇ ପାରିନଥିଲେ । ଲୁଟେରାଙ୍କୁ ପିଛା କରିବାସହ କିରିକୁଟି ଗ୍ରାମବାସୀଙ୍କୁ ମଧ୍ୟ ଘଟଣା ବିଷୟରେ ଜଣାଇଥିଲେ । ଦୁଇପଟୁ ଲୁଟେରାଙ୍କୁ ଚଢ଼ାଉ କରାଯିବା ଫଳରେ ଲୁଟେରା ଦୁଇଜଣ ଆଗକୁ ଯାଇନପାରି କିରିକୁଟି ନିକଟସ୍ଥ ଡଡୁବାଡ଼ା ଲଭର୍ସ ପଏଣ୍ଟ ରାସ୍ତାରେ ଜଙ୍ଗଲ ଭିତରକୁ ପଶିଯାଇଥିଲେ । ଆଗକୁ ରାସ୍ତା ନଥିବାରୁ ଜଙ୍ଗଲରେ ମୋଟରସାଇକେଲ ଛାଡ଼ି ଚାଲିଯାଇଥିଲେ ଲୁଟେରା ଦୁଇଜଣ । ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ଜଣକ କ.ନୁଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୋଟରସାଇକେଲ ଜବତ କରିବା ସହ ଛାନଭିନ୍‌ ଆରମ୍ଭ କରିଛି କ.ନୂଆଗାଁ ପୋଲିସ୍‌ ।

hiranchal ad1
Leave A Reply

Your email address will not be published.

seventeen − 7 =