ବୌଦ୍ଧ,୨୨/୧ – ଆଜି ଅପରାହ୍ନ ପ୍ରାୟ ଘ 4. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବୌଦ୍ଧ ଥାନା ତେଲିବନ୍ଧ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ମିନି ଟ୍ରକ ରାସ୍ତା ଉପରେ ଓଲଟି ପଡିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ଘ 4. 30 ମିନିଟ ସମୟରେ ବରଗଡରୁ ଶୁଖୁଆ ବୋଝେଇ କରି ଗୋଟିଏ ମିନି ଟ୍ରକ ଓଡ଼ି 17 ଟି 7233 ବୌଦ୍ଧ ଆଡକୁ ଆସୁଥିବା ବେଳେ ଜାତୀୟ ରାଜପଥ ନମ୍ବର 57ର ତେଲିବନ୍ଧ ନିକଟରେ ଆଗ ଚକ ଫାଟି ଯାଇଥିଲା l ଚଳନ୍ତା ଗାଡିର ଆଗ ଚକ ଫାଟି ଯିବା ଫଳରେ ଗାଡି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଓଲଟି ପଡିଥିଲା l ଦୁର୍ଘଟଣାରେ ଗାଡି ଡ୍ରାଇଭର ଗୁରୁତର ଆହତ ହୋଇଥିଲେ | ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନସ୍ ଯୋଗେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ l ଜନ୍ହାପଙ୍କ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚିଥିବା ଜଣାପଡିଛି l