ବୌଦ୍ଧ,୨୪/୧ – ଜନ ଅଧିକାର ସୁରକ୍ଷା ମଞ୍ଚ, ବୌଦ୍ଧର ସାଧାରଣ ବୈଠକ ଆଜି ଗିରାସିଙ୍ଗାସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି | ମଞ୍ଚର ଆବାହକ ସତ୍ୟଜିତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠରେ ଉପଦେଷ୍ଟା ବରିଷ୍ଠ ଓକିଲ ଶ୍ରୀନିବାସ ସାହୁ, ପ୍ରଦେଶୀ ବେହେରା, ବିକାଶ ରଞ୍ଜନ ସାହୁ, ଆଶୁତୋଷ ଦାଶ ଉପସ୍ଥିତ ଥିଲେ l ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ସବୁ କାର୍ଯ୍ୟାଳୟରେ ବୃଦ୍ଧି ପାଉଥିବା ଦୁର୍ନୀତି,ଅବହେଳା ଓ ଲୋକଙ୍କୁ କରାଯାଉଥିବା ହଇରାଣ ହରକତକୁ ନେଇ ସମସ୍ତ ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ | ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ପାଲଝାର୍ କୃଷି ବିଭାଗ ଫାର୍ମ ଓ ସବୁ ପଂଚାୟତରେ ଚାଲିଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀତାରେ ଚାଲିଥିବା ଦୁର୍ନୀତି ଓ ଜାଲିଆତି ବୈଠକରେ ମୁଖ୍ୟ ଆଲୋଚନାର ବିଷୟ ହୋଇଥିଲା | ଆଗାମୀ ଦିନରେ ଏ ସମ୍ପର୍କରେ ଆନ୍ଦୋଳନlତ୍ମକ ପନ୍ଥା ଗ୍ରହଣ କରାଯିବା ସହ ଆବଶ୍ୟକ ହେଲେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବାକୁ ବୈଠକରେ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚର ଉପ ସଭାପତି ଅଚ୍ୟୁତ କର୍ଣ୍ଣ, ସଦସ୍ୟ ନରେଶ କୁମାର୍ ପ୍ରଧାନ, ସୁଧୀର କୁମାର୍ ହୋତା, ସିଦ୍ଧେଶ୍ୱର ବେହେରା, ପଙ୍କଜ କୁମାର କର୍ଣ୍ଣ, ପ୍ରଶାନ୍ତ ପାଣିଗ୍ରାହୀ, ପ୍ରଦୀପ ବେହେରା, ପୁରନ୍ଦର ଗିରି, ହିମାଂଶୁ ପ୍ରଧାନ, ଭବତୋଷ ପଟ୍ଟନାୟକ, ଚିତ୍ତ ରଞ୍ଜନ ଦନାୟକ, ସଦାଶିବ ପ୍ରଧାନ,ନିରୋଦ ସେଠୀ, ଜୟନ୍ତ କୁମାର୍ ପାଣିଗ୍ରାହୀ,ସୁରେଶ ପଢିଆରୀ, ଶାହାଜାହାନ ଖାନ୍, ସୁରେଶ ଦିସିରୀ, ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ପୌଲସ୍ତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |