ଦାରିଙ୍ଗବାଡ଼ି,୨୬/୧: ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ ହୋଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଘୁ-ଉଦୟଗିରି, ରାଇକିଆ ଏବଂ ଦାରିଙ୍ଗବାଡ଼ିରେ ଏହି ଦିବସ ପାଳିତ ହୋଇଯାଇଛି । ଦାରିଙ୍ଗବାଡ଼ି ବ୍ଲକରେ ବ୍ଲକ ଅଧକ୍ଷା ରୁଦା ମଲିକ ମୁଖ୍ୟଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଅଭିମନ୍ୟୁ ବେହେରା ଯୋଗଦାନ କରି ଅଭିଭାଷଣ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବ୍ଲକ ଜିପିଓ କୃପାସିନ୍ଧୁ ବେହେର ।, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ତ୍ରିନାଥ ନାୟକ, କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠି, ଗୋପୀନାଥ ପଲେଇ, ସରୋଜ କାନ୍ତ ପ୍ରଧାନ, ବ୍ଲକ ମଙ୍ଗଳ ଅଧିକାରୀ ବୁରୁମାଝି ପଡ୍ରା , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିତିଶ ପ୍ରିୟଦର୍ଶୀ ସାହୁ, ଅନ୍ୟାନ୍ୟ ସହକାରୀ କର୍ମଚାରୀ ବିକ୍ରମ ନାୟକ, ରାଜୀବ ନାୟକ, ସୁଦର୍ଶନ ବେହେରା, ସୁରଥ ସାହୁ, କୁଳମଣି ବେହେରା ପ୍ରମୁଖ ସହଯୋଗ କରିଥିଲେ । ସେହିଭଳି ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପରିସରରେ ମଧ୍ୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ପତାକା ଉତ୍ତୋଳନ କରିଥିଲେ । ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ସୁବାସିନୀ ଦିଗାଲ, ଦାଶରଥି ମହାରଣା ,ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡଙ୍ଗୀ, ଶାନ୍ତନୁ କୁମାର ସାହୁ, ଘନ ପ୍ରଧାନ, ଶ୍ୟାମ ସୁନ୍ଦର ଦିଗାଲ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିଭଳି ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ମଧ୍ୟ ଏହି ଦିବସକୁ ପାଳନ କରାଯାଇଛି । ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧରୁଆ ପତାକା ଉତ୍ତୋଳନ କରିଥିବା ବେଳେ ବନପାଳ ହରିହର ବେହେରା, ରବି ମୋହନ ନାୟକ, ମନ୍ମଥ ପରିଛା, ବନରକ୍ଷୀ ସୁବ୍ରତ ନାୟକ, ସୁଜାତା ସାହୁ,ସୁଶୀଳ ପ୍ରଧାନ, ରୂପିଙ୍ଗା ମଲିକ,ବିଜୟା ନନ୍ଦ ସେଠୀ,ସ୍ୱପ୍ନା ପାତ୍ର, ସୁକାନ୍ତ ସାହୁ, ବଳରାମ ଚୌଧୁରୀ ସ୍ପେଶାଲ ସ୍କ୍ୱାର୍ଡର ସଦସ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହିଭଳି ଭାବେ ଦାରିଙ୍ଗବାଡ଼ି ସମେତ ଘୁ ଉଦୟଗିରି ଏବଂ ରାଇକିଆ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ବିଦ୍ୟାଳୟରେ କରୋନା କଟକଣା ଭିତରେ ବିନା ଛାତ୍ରଛାତ୍ରୀରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । କହିବାକୁ ଗଲେ ଚଳିତବର୍ଷର ସାଧାରଣତନ୍ତ୍ର ଦିବସକୁ କରୋନା ଏକ ପ୍ରକାର ଫିକା କରିଦେଇଛି ।