ଧାନ ମଣ୍ଡିକୁ ଜଗିବ ସି.ସି. ଟି.ଭି. କ୍ୟାମେରା

0 836

ବୌଦ୍ଧ,୨୭/୧- ଧାନ କିଣା ସମ୍ପର୍କୀତ ଜିଲ୍ଲାସ୍ତରୀୟ କମିଟି ବୈଠକ ଗତ ୨୧ ତାରିଖ ଦିନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଧାନ କିଣା ଜିଲ୍ଲାରେ କିଭଳି ଶୃଙ୍ଖଳିତ ହୋଇପାରିବ ସେ ଦିଗରେ କମିଟି ପଦକ୍ଷେପ ନେଇଥିବାର ସୂଚନା ମିଳିଛି । ଟୋକନ ପ୍ରଦାନ, ମଣ୍ଡି ତଦାରଖ ଆଦି ସମ୍ପର୍କରେ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତହସିଲଦାରଙ୍କ ନେତୃତ୍ୱରେ ସପ୍ତାହକୁ ଅନ୍ତତଃ ୨ ଦିନ ବିଭିନ୍ନ ମଣ୍ଡି ଚଢାଉ କରାଯିବ । ମିଲର ଟ୍ରକରେ ଚାଷୀମାନଙ୍କ ଧାନ ଲଦା ଯିବା ପରେ ଧାନ ସହ ଟ୍ରକର ଫୋଟ ଉଠାଯିବ । ଗତ ବର୍ଷ ତୁଳନାରେ ୮୦ % ଧାନ କିଣି ସାରିଥିବା ସମିତି ମାନଙ୍କ ଚାଷୀଙ୍କ ଘରକୁ ଯାଇ ଧାନ ବିକିବା ପାଇଁ ତାଙ୍କ ପାଖରେ ଅଛି ନା ନାହିଁ କମିଟି ତଦନ୍ତ କରିବ ବୋଲି ନିଷ୍ପତି ନିଆଯାଇଛି ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳି ପଦର, ଲୋକାପଡା, ହରଭଙ୍ଗା ବ୍ଲକ ବାମଣ୍ଡା, କୁଶଙ୍ଗ ଓ ବୌଦ୍ଧ ବ୍ଲକ୍‌ ବାଉଁଶୁଣୀ ଓ ବହିରା ସେବା ସମବାୟ ସମିତିର ଧାନ ମଣ୍ଡିରେ ସିସି ଟିଭି କ୍ୟାମେରା ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

20 − nine =