ବିଭିନ୍ନ ଦାବୀ ନେଇ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ, ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ

0 113

ବାଲିଗୁଡ଼ା,୨୭/୧: ବିଭିନ୍ନ ଦାବି ନେଇ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ହାତିମୁଣ୍ଡା ଓ ଗଦାପୁର ପଞ୍ଚାୟତବାସୀ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଇଛନ୍ତି । ଅଭିଯୋଗ ପ୍ରକାରେ ହାତୀମୁଣ୍ଡା ଓ ଗଦାପୁର ପଞ୍ଚାୟତର ୧୮ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଦୈନନ୍ଦିିନ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍‌ କୌଣଶି ସମସ୍ୟାର ସମାଧାନ ହୋଇପାରିନଥିବା କହିଛନ୍ତି । ରାସ୍ତା ଅଭାବରୁ କୌଣସି ଗାଡ଼ି ଅଞ୍ଚଳକୁ ଯାଉନଥିବାରୁ ପିଡିଏସ ଚାଉଳ ପାଇଁ ଲୋକେ ପାଖାପାଖି ୧୮କିଲୋମିଟର ରାସ୍ତା ଚାଲିଚାଲି ଜିଲ୍ଲାକୁ ଯିବାକୁ ପଡ଼ୁଛି । ପ୍ରସୂତି ମହିଳା କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ବେଳେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ । ପ୍ରଶାସନିକ ଅବହେଳା କାରଣରୁ ୧୮ରୁ ଉର୍ଦ୍ଧ୍ୱ ଗାଁ ମେରାମାହା, ମାଣ୍ଡିପଙ୍କା, ସୁନ୍ଦରପଙ୍କା,ବୁଜୁଲି,ଡ଼ମା,କସବସା,ଡକସାହି,ପଣଷପଦର,କିଲିକିଆ,ହାତିମୁଣ୍ଡା,ବିଜାଲି,କସପଙ୍କା,ତାମାଙ୍ଗି,କୁମାରିପଦର,ପିଡ଼ିକାରିପି,ଦାସାଙ୍ଗସାହି,ଗାହିଜୁ,ଡାହୁ,ଗୁଡ୍ରିଗୁଡ଼ା,କୁସୁମପଦା । ୫ହଜାରରୁ ଉର୍ଦ୍ଧ୍‌ ଲୋକ ସରକାରଙ୍କ ଯୋଜନାର ସୁଫଳ ପାଇପାରୁନଥିବା ଅଭିଯୋଗ କରିଛନ୍ତି ନନ୍ଦିନୀ ରଣସିଂ,ସୁକାନ୍ତ ବଳିଆରସିଂ,ହରିଶ୍ଚନ୍ଦ୍ର ପ୍ରଧାନ ଓ ଅନ୍ୟ ଅଞ୍ଚଳବାସୀ । ଯଥାଶୀଘ୍ର ସମସ୍ତ ସମସ୍ୟାର ସମାଧାନ ନହେଲେ ପିଡିଏସ୍‌ ଚାଉଳ ବର୍ଜନ କରିବାସହ ହକ୍‌ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଅଭିଯୋଗ ପାଇବାପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଏବିଷୟରେ ଅବଗତ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ପ୍ରଧାନ ।

hiranchal ad1
Leave A Reply

Your email address will not be published.

fifteen − 5 =