ଦାରିଙ୍ଗବାଡିର ବିକାଶ ନେଇ ଉନ୍ନୟନ ପରିଷଦ ଗଠନ

0 70

ଦାରିଙ୍ଗବାଡି,୨/୨: ଦାରିଙ୍ଗବାଡ଼ିର ସାମଗ୍ରିକ ବିକାଶ ନେଇ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଆହ୍ୱାନକ୍ରମେ ଦାରିଙ୍ଗବାଡିସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହୋଇାଯାଇଛି । ଏଥିରେ ସମସ୍ତ ଲାଇନ ବିଭାଗର ମୁଖ୍ୟ ସହିତ ଦାରିଙ୍ଗବାଡି ହୋଟେଲ ଆସୋସିଏସନ, ବଣିକ ସଙ୍ଘ , ପ୍ରେସ କ୍ଳବ , ବରିଷ୍ଠ ନାଗରିକ ସଂଘଠନ ସଦସ୍ୟ ଯୋଗଦେଇଥିଲେ । ଏଥିରେ ମୁଖ୍ୟ କରି ଓଡ଼ିଶାର କାଶ୍ମୀର ପର୍ଯ୍ୟଟନ ସ୍ଥଳୀ ଓ ଦାରିଙ୍ଗବାଡିର ସାମଗ୍ରିକ ବିକାଶ ନେଇ ଆଲୋଚନା କରାଯାଇଥିଲା । ଆଲୋଚନାରେ ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରି ପର୍ଯ୍ୟଟନ ସ୍ଥଳୀରେ ପାନୀୟ ବ୍ୟବସ୍ଥା , ପାଇଖାନା ଓ ଗମନାଗମନର ସୁବିଧା କରିବା ସହିତ ସୌନ୍ଦର୍ଯ୍ୟକରଣ ଓ ବରିଷ୍ଠ ନାଗରିକଙ୍କ ପାଇଁ ରାସ୍ତାରେ ବିଶ୍ରାମ କରିବାର ସୁବିଧା ଯୋଗାଇ ଦେବା ପାଇଁ ମତ ପ୍ରକାଶ କରିଥିଲେ । ସେହିପରି ଦାରିଙ୍ଗବାଡି ସଫାସୁତୁରା ଆଲୋକ ବ୍ୟବସ୍ଥା ଓ ପର୍ଯ୍ୟଟକଙ୍କୁ ସମସ୍ତ ପର୍ଯ୍ୟଟନ ସ୍ଥଳୀର ସୁଚନା ପ୍ରଦାନ କରିବା ନେଇ ଆଲୋଚନା କରିଥିଲେ । ଏହି ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ଲାଇନ ବିଭାଗ ତଥା ପିଏ ଆଇ ଟି ଡ଼ି ଏ , ଜଙ୍ଗଲ ବିଭାଗ, ପୂର୍ତ୍ତବିଭାଗ, ଗ୍ରାମ୍ୟଉନ୍ନୟନ ବିଭାଗ, ଗ୍ରାମୀୟ ଜଳ ଅପରିମଳ ବିଭାଗ ସହିତ ବ୍ଲକ ଓ ରାଜସ୍ୱ ବିଭାଗ ଜରିଆରେ ସରକାରଙ୍କର ବିଭିନ୍ନ ଆର୍ଥିକ ଯୋଜନାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ନେଇ ମତ ପ୍ରକାଶ ପାଇଥିଲା ।ଏହାକୁ ସଫଳ କରିବା ପାଇଁ ବିଧାୟକ ସାଲୁଗା ପ୍ରଧାନ ସମସ୍ତ ବିଭାଗ ଅଧିକାରୀଙ୍କ ସହଯୋଗ ରେ ଦାରିଙ୍ଗବାଡିର ବିକାଶ କରିବାକୁ ଅନୁରୋଧ କରିଥିଲେ । ଦାରିଙ୍ଗବାଡିର ସାମଗ୍ରିକ ବିକାଶ ନେଇ ଏକ ଉନ୍ନୟନ ବିକାଶ ପରିଷଦ ଗଠନ କରିବା ନେଇ ଆଲୋଚନା ପ୍ରସ୍ତାବ ଆଗତ ହୋଇଥିଲା । ପ୍ରସ୍ତାବ କୁ ଅନୁମଦନ କ୍ରମେ ଗୃହିତ କରାଯାଇ ଦାରିଙ୍ଗବାଡି ଉନ୍ନୟନ ପରିଷଦ ଗଠନ କରାଯାଇଥିଲା । ଉନ୍ନୟନ ପରିଷଦ ର ସଭାପତି ଭାବେ ବିଧାୟକ ସାଲୁଗା ପ୍ରଧାନ , କନଭେନର ଓ ସମ୍ପାଦକ ଭାବେ ତହସିଲଦାର କଳାକୃଷ ପ୍ରଧାନ ଏବଂ ସଦସ୍ୟ ସମସ୍ତ ଲାଇନ ବିଭାଗର ମୁଖ୍ୟ ସହିତ ସମସ୍ତ ସଙ୍ଗଠନର ପ୍ରତିନିଧି ଏହାର ସଦସ୍ୟ ରହିଥିବା ଜଣାପଡ଼ିଛି ।ଏହି ପରିଷଦ ପ୍ରତି ଦୁଇ ମାସରେ ଥରେ ବୈଠକ ବସିବା ନେଇ ନିଷ୍ପତ୍ତି ହୋଇଛି । ପିଏ ଆଇ ଟି ଡ଼ିଏ ସୁରେଶ ପ୍ରଧାନ, ତହସିଲଦାର କଳାକୃଷ୍ଣ ପ୍ରଧାନ, ବି ଡ଼ି ଓ ଅଭିମନ୍ୟୁ ବେହେରା, ସି.ଡ଼ି. ପି .ଓ ଅଞ୍ଜଳି ମହାପାତ୍ର, ବି.ଇ.ଓ ରସାନନ୍ଦ କର , ପୂର୍ତ୍ତବିଭାଗ ଏସ ଡ଼ି ଓ ବ୍ରଜକିଶୋର ମହାପାତ୍ର, ଥାନା ଅଧିକାରୀ କୌଶିକ ମାଝୀ , ବନାଞ୍ଚଳ ଅଧିକାରୀ ସତିଶ କୁମାର ଧାରୁଆ, ଆରଡବ୍ଲୁଏସ ଏସ ଏସ ଡ଼ି ଓ ଦୀନକୃଷ୍ଣ ମହାନ୍ତି , ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ବଣିକ ସଙ୍ଘ ସଭାପତି ଅରୁଣ କୁମାର ସାହୁ, ହୋଟେଲ ଆସୋସିଏସନ ର ସଭାପତି ଗିରିଶ ସାହୁ, ବରିଷ୍ଠ ନାଗରିକ ସଙ୍ଘଠନ ସଭାପତି ରମେଶ ଚନ୍ଦ୍ର ସାହୁ , ପ୍ରେସ ବ୍ଲକ ସଭାପତି ପ୍ରେମଚାନ୍ଦ ସିଂ, ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ପତିତପାବନ ରାଉତ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

three × two =